www.samajalive.in
Friday, December 5, 2025
20.1 C
Bhubaneswar

୨୪ଘଣ୍ଟା ପ୍ରବଳ ବର୍ଷା, ଭୁବନେଶ୍ବରରେ ଢ଼ାଳିଲା ୮୮ମିମି

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବର୍ଷା ପୁଣି ଥରେ ରାଜଧାନୀକୁ ବୁଡ଼ାଇଛି। ରାତି ୧.୩୦ ସୁଦ୍ଧା ୮୮ମିଲିମିଟରରୁ ଅଧିକ ବର୍ଷିଥିବା ଜଣାପଡ଼ିଛି। ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟାରେ ମୌସୁମି ଅଧିକ ସକ୍ରିୟ ହେବ। ଫଳରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ ଘନୀଭୂତ ହେବା ସହିତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧରେ ଘଡ଼ଘଡ଼ିି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ଓ ପବନ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚ.ଆର.ବିଶ୍ୱାସ ସୂଚନା ଦେଇଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୯୩ମିମି ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୫୩, ଚାନ୍ଦବାଲିରେ ୪୬, କଟକରେ ୨୭, ଭୁବନେଶ୍ୱରରେ ୧୭, ପାରାଦ୍ୱୀପରେ ୩୭,ଅନୁଗୋଳରେ ୧୮, ଢ଼େଙ୍କାନାଳରେ ୧୬ ମିମି ବର୍ଷା ରେକର୍ଡ଼ କରାଯାଇଛି। ସୋମବାର ଦିନ ତମାମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଥିବାବେଳେ ରାତିରେ ମଧ୍ୟ ବର୍ଷା ଜାରି ରହିଛି।
ବର୍ଷା ପ୍ରଭାବରେ ଆନନ୍ଦପୁର ଓ ଆଖୁଆପଦାଠାରେ ବୈତରଣୀ, ଏନଏଚ-୫ ନିକଟରେ ବୁଢ଼ାବଳଙ୍ଗ ଓ ଜାମଶୋଳାଘାଟ ଏବଂ ରାଜଘାଟଠାରେ ସୁବର୍ଣ୍ଣରେଖା ଜଳସ୍ତର ବଢ଼ୁଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖାର ବିପଦସଙ୍କେତ ୪୯.୧୫ମିଟର ଥିବାବେଳେ ଏଠାରେ ଅପରାହ୍ନ ୩ଟା ସୁଦ୍ଧା ୪୮.୩୮ମିଟର ଉପରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଉତ୍ତର ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories