ଭୁବନେଶ୍ବର : ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ନିମନ୍ତ୍ରିତ ହୋଇ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଦିଲ୍ଲୀ ଯାଉଥିବା ସ୍ବାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟରୁ ଦିଲ୍ଲୀ ଯାଉଥିବା ତିନିଜଣ ସ୍ବାଧୀନତା ସଂଗ୍ରାମୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଆଟହୋମରେ ଯୋଗଦେବେ। ଏହି ସ୍ବାଧୀନତା ସଂଗ୍ରାମୀମାନେ ହେଲେ ଭଦ୍ରକ ଜିଲା ସୂର୍ଯ୍ୟପୁରର ରାମହରି ଗୋସ୍ବାମୀ, ନୟାଗଡ଼ ଜିଲା ସିନ୍ଦୁରିଆର ଈଶ୍ବର ବିଶୋୟୀ ଏବଂ ସମ୍ବଲପୁର ଜିଲା କାଲମିର ଦେବେନ୍ଦ୍ର ଗୁପ୍ତା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଶୁଭକାମନା ଜଣାଇଥିଲେ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ଦେଶର ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀମାନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଆଟହୋମର ଆୟୋଜନ କରିଥାଆନ୍ତି।
କ୍ରାନ୍ତି ଦିବସକୁ ନିମନ୍ତ୍ରିତ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ
Popular Categories



