www.samajalive.in
Friday, December 5, 2025
20.1 C
Bhubaneswar

ଆଜି ପରିବହନ ଧର୍ମଘଟ

ଭୁବନେଶ୍ୱର : ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ପରିବହନ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ଓଡ଼ିଶାରେ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛି। ତେବେ ବସ ଓ ଟ୍ରକ ମାଲିକ ସଂଘ ଏହାକୁ ସମର୍ଥନ କରୁ ନଥିବା ଘରୋଇ ବସ ମାଲିକ ସଂଘ କୌଣସି ନିଷ୍ପତ୍ତି ନେଇ ନଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ ଓ ଓଡ଼ିଶା ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ରବି ଶତପଥୀ କହିଛନ୍ତି। ସର୍ବଭାରତୀୟ ସ୍ତରର କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ସିଆଇଟିୟୁ, ଏଆଇଟିୟୁସି., ଆଇଏସଟିୟୁସି ଏବଂ ଏମଏସ, ଡିଏମ୍‍କେ ପରିଚାଳିତ ଟ୍ରେଡ ୟୁନିୟନ ଓ ମାଲିକ ଆସୋସିଏସନ ବୃନ୍ଦ, ଅଟୋ ମହାସଂଘ ସମେତ ଗ୍ୟାରେଜ, ସ୍ପେୟାରପାର୍ଟ୍ସ ଦୋକାନୀ ସଂଘ ଏବଂ ଡ୍ରାଇଭିଂ ସ୍କୁଲ, ଆସୋସିଏସନର ପ୍ରତିନିଧିମାନେ ମିଳିତ ଭାବେ ଏହି ବିଲ୍‍କୁ ବିରୋଧ କରି ଧର୍ମଘଟର ଆହ୍ୱାନ ଦେଇଥିବା କୁହାଯାଇଛି।

ମୋଟର ଭେଇକିଲ ଆକ୍ଟ ୧୯୮୮ (ସଂଶୋଧନ) ବିଲ୍‌ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସଂପୂର୍ଣ୍ଣ ଭାବେ କର୍ପୋରେଟ୍‌ ଓ ବିଦେଶୀ କମ୍ପାନୀ ହାତରେ ଟେକି ଦେବାକୁ ସ୍ଥିର କରିଛନ୍ତି। ଏହି ବିଲ୍‌ ଗୃହୀତ ହେଲେ ରାଜ୍ୟ ପରିବହନ ସଂସ୍ଥା ବିଲୋପ ହେବ। ଆରଟିଓ ଅଫିସ୍‌ ଓ ଏମ୍‌ଭିଆଇ ଅଫିସ୍‌ ଉଠିଯିବ। କେବଳ ଗାଡି କମ୍ପାନୀଗୁଡ଼ିକର ମରାମତି ଗ୍ୟାରେଜ, ସ୍ପେୟାର ପାର୍ଟ୍ସ ଦୋକାନ ଓ ଟ୍ରାଇଭିଂ ସ୍କୁଲ ରହିବ। କମ୍ପାନୀ ଗ୍ୟାରେଜ୍‌ ବ୍ୟତୀତ ଅନ୍ୟ ଗ୍ୟାରେଜ ବନ୍ଦ ହେବ। ଏହା ଫଳରେ ଦେଶରେ ହଜାର ହଜାର ଗ୍ୟାରେଜରେ କାମ କରୁଥିବା ଶ୍ରମିକମାନେ କର୍ମ ସଂସ୍ଥାନ ହରାଇବେ। ଛୋଟ ଛୋଟ ମାଲିକମାନେ କମ୍ପାନୀ ଗ୍ୟାରେଜର ବିଲ୍‌ ଦେଇପାରିବେ ନାହିଁ। ଅଟୋରିକ୍ସା ଓ ଟ୍ୟାକି୍ସ ସବୁ ହଟାଇ ଦିଆଯାଇ ଓବେର କମ୍ପାନୀର ଗାଡି ଚାଲିବ। ସବୁ ଡ୍ରାଇଭରଙ୍କ ଉପରେ ଏହି ପରିବହନ ନୀତି ଭାରୀ ପଡ଼ିବ। ସାମାନ୍ୟ ଭୁଲ କଲେ ଜୋରିମାନା ଦେବାକୁ ହେବ। ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ ହେଲେ ବୀମା ରାଶି ପରିମାଣ ସର୍ବାଧିକ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ଘରୋଇ ବୀମା କମ୍ପାନୀମାନଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଏପରି କରାଯାଇଛି। ସାମାନ୍ୟ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଡ୍ରାଇଭର/ମାଲିକଙ୍କୁ ଦେବାକୁ ହେବ।

- Advertisement -

ତେଣୁ ଏହି ବିଲ୍‌କୁ ବିରୋଧ କରି ରାଜ୍ୟର ଅଟୋ ରିକ୍ସା, ଟ୍ୟାକ୍ସି, ବସ୍‌, ଟ୍ରକ୍‌, ଟ୍ୟାଙ୍କର ଓ ଡମ୍ଫର, ଟ୍ରାକ୍ଟର ଆଦିର ସମସ୍ତ ପରିବହନ ଶ୍ରମିକ ଓ ମାଲିକମାନେ ଏହି ଧର୍ମଘଟରେ ସାମିଲ ହେବାକୁ ସହଯୋଗ ଓ ସାହାଯ୍ୟ କରିବାକୁ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories