www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱନାଥପୁରଠାରେ ମୋ ସ୍କୁଲ ଅଭିଯାନ ଓ ଲିଭୋଲିଙ୍କ ଫାଉଣ୍ଡେସନର ମିଳିତ ବୈଠକ

ଲାଞ୍ଜିଗଡ: ମୋ ସ୍କୁଲ ଅଭିଯାନ ଓ ସ୍ୱେଚ୍ଛାସେବୀ ସଂଗଠନ ଲିଭୋଲିଙ୍କର ମିଳିତ ଆୟୋଜନରେ ଆଜି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ କନଫରେନ୍ସ ହଲଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋ ସ୍କୁଲ ଅଭିଯାନର ରାଜ୍ୟ ସମନ୍ୱୟ ସଂଯୋଜକ ସନ୍ତୋଷ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବନ୍ଧପାରି ସିଆରସିସି ତ୍ରିନାଥ ନାଏକ, କାନକୁଟ୍ରୁ ସିଆରସିସି ଗୌରବ ନାୟକ, ଲିଭୋଲିଙ୍କ ଫାଉଣ୍ଡେସନର ରାଜେଶ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଲିଭୋଲିଙ୍କ ଫାଉଣ୍ଡେସନର ପ୍ରକଳ୍ପ ପରିଚାଳକ ସନ୍ତୋଷ କୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଲିଭୋଲିଙ୍କ ଫାଉଣ୍ଡେସନ ତରଫରୁ ବ୍ଲକର ସିନ୍ଧିପଦର, ବରଟି, ଲଡାଙ୍ଗ, ଦୋରାସାର୍ଲି, ବେନଗାଁ, ପେଙ୍ଗସୁର, ଲୁମାଗାଁ, ପୁନିଗୁଡା, ଟିମନବାଡି, ବଚକା, ପାଇକବୋରି, କାନକୁଟ୍ରୁ, ତାଲବୋରା, ତଳକାଲିମା ଆଦି ୧୪ଟି ସ୍କୁଲରେ ପାଠାଗାର ସ୍ଥାପନ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା। ତେବେ ପ୍ରତି ସ୍କୁଲ ପାଇଁ ଫାଉଣ୍ଡେସନ ପକ୍ଷରୁ ୩୨ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବାକୁ ଥିବାବେଳେ ମୋ ସ୍କୁଲ ଅଭିଯାନରେ ଏହି ଅର୍ଥରାଶି ତିନିଗୁଣ ହୋଇଯିବ ଏବଂ ସେଇ ଅର୍ଥରାଶିରେ ସଂପୃକ୍ତ ସ୍କୁଲଗୁଡିକରେ ପାଠାଗାର ଖୋଲାଯିବ ବୋଲି ଜଣାପଡିଛି। ଆଜିର କାର୍ଯ୍ୟକ୍ରମରେ ୧୪ଟି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିବାବେଳେ ଫାଉଣ୍ଡେସନର ମଳୟ, ସୋମନାଥ ଓ ସହଦେବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories