ମାଲକାନଗିରି: ବିଲରେ ପଡିଛି ଆହତ ହେଟାବାଘ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ବନ ବିଭାଗ ଅଫିସ ଠାରୁ ଏକ କିଲୋମିଟର ଦୂର ପୂଜାରୀମୁଣ୍ଡା ଗାଁ ନିକଟରେ। ୩୨୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହୋଇ ଏକ ହେଟା ବାଘ ବିଲ ହୁଡାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏବଂ ପରେ ପାଣ୍ଡ୍ରିପାଣି ବନବିଭାଗଙ୍କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ। ସୂଚନା ପାଇବା ମାତ୍ରେ ତୁରନ୍ତ ପାଣ୍ଡ୍ରିପାଣି ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ କର୍ମଚାରୀ ମାନଙ୍କୁ ଦେଖି ବାଘ ଟି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଯାହାକି ଚିକିତ୍ସାରେ ବାଧା ଉପୁଯାଇଥିଲା। ତେବେ ହେଟାବାଘ ଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜଙ୍ଗଲକୁ ଛଡ଼ାଯିବ ବୋଲି ସୂଚନା ମିଳିଛି।
Popular Categories



