ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକ ପରିସର ମଧ୍ୟରେ ମିଶନ ଶକ୍ତି କାର୍ଯ୍ୟାଳୟ ଓ କାଫେ ଉଦଘାଟିତ ହୋଇଯାଇଛି। ଏଥିରେ ଉପବାଚସ୍ପତି ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି କାଫେକୁ ଉଦଘାଟନ କରିଥିଲେ। ନବନୀତା ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାଫେରେ ମହିଳାଙ୍କ ଦ୍ୱାରା ବିଭିନ୍ନ ପ୍ରକାର ହାତ ତିଆରି ସ୍ୱାଦିଷ୍ଟ ଖାଦ୍ୟ ପରଷା ଯିବ। ରାଜ୍ୟ ସରକାର ମହିଳାଙ୍କୁ ଅଗ୍ରାଧିକାର ଦେବା ଲକ୍ଷ୍ୟରେ ମିଶନ ଶକ୍ତି ଜରିଆରେ ଋଣ ଟଙ୍କା ଯୋଗାଇ ଦେଇ ପ୍ରୋତ୍ସହିତ କରୁଛନ୍ତି।
Popular Categories



