www.samajalive.in
Sunday, December 7, 2025
16.1 C
Bhubaneswar

ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା; ଶରତଙ୍କୁ ଖେଳରତ୍ନ, ଦୀପଗ୍ରେସଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଟେବୁଲ ଟେନିସ ଖେଳାଳି ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର ଏବଂ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ଅଚିନ୍ତ ଶରତ କମଲ। ଦୀପଗ୍ରେସଙ୍କ ସହ ମୋଟ ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଦୀପଗ୍ରେସଙ୍କ ବ୍ୟତୀତ ସୀମା ପୁନିଆ(ଆଥଲେଟିକ୍ସ), ଏଲଡସ ପଲ(ଆଥଲେଟିକ୍ସ), ଅବିନାଶ ମୁକୁନ୍ଦ ସାବଲେ(ଆଥଲେଟିକ୍ସ), ଲକ୍ଷ୍ୟ ସେନ(ବ୍ୟାଡମିଣ୍ଟନ), ଏଚଏସ ପ୍ରଣୟ(ବ୍ୟାଡମିଣ୍ଟନ), ଅମିତ(ବକ୍ସିଂ), ନିଖତ ଜରୀନ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣି (ଚେସ୍‌), ରମେଶ ବାବୁ ପ୍ରଙ୍ଗନନ୍ଦା(ଚେସ୍‌), ସୁଶୀଲା ଦେବୀ(ଜୁଡୋ), ସାକ୍ଷୀ କୁମାରୀ(କବାଡି), ନୟନ ମୋନି ସାଇକିଆ (ଲନ୍ ବଲ୍), ସାଗର କୈଳାସ(ମାଲଖମ୍ଭ), ଇ ଭାଲାରିବାନ( ଶୁଟିଂ), ଓମ ପ୍ରକାଶ ମିତ୍ରୱାଲ( ଶୁଟିଂ), ଶ୍ରୀଜା ଅକୁଲା(ଟିଟି), ବିକାଶ ଠାକୁର( ଭାରଉତ୍ତୋଳନ), ଅଂଶୁ(କୁସ୍ତି), ସରିତା(କୁସ୍ତି), ପ୍ରବୀଣ( wushu), ମାନସୀ ଗିରିଶଚନ୍ଦ୍ର ଯୋଶୀ ( ପାରା ବ୍ୟାଡମିଣ୍ଟନ୍), ତରୁଣ ଢିଲନ(ପାରା ବ୍ୟାଡମିଣ୍ଟନ୍), ସ୍ୱପ୍ନିଲ ସଞ୍ଜୟ ପାଟିଲ(ପାରା ସୁଇମିଂ) ଓ ଜେରଲିନ୍ ଅନିକା ଜେ ( ଡିଫ ବ୍ୟାଡମିଣ୍ଟନ) ଅର୍ଜୁନ ପୁରସ୍କାର ପାଇବେ।
କ୍ରୀଡ଼ାବିତ୍‌କୁ ମାର୍ଗଦର୍ଶନ ଦେଉଥିବା ୪ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଓ ଲାଇଫ ଟାଇମ କ୍ୟାଟାଗୋରୀ ସମ୍ମାନରେ ୩ ଜଣଙ୍କୁ ସମ୍ମାନୀତ କରାଯିବ। କ୍ରୀଡା ଓ ଖେଳ ୨୦୨୨ ପାଇଁ ରେଗୁଲାର ଶ୍ରେଣୀରେ ଜୀବନ ଜ୍ୟୋତି ସିଂହ ତେଜା (ତୀରନ୍ଦାଜୀ), ମହମ୍ମଦ ଅଲୀ କମାର (ବକ୍ସିଂ), ସୁମା ସିଦ୍ଧାର୍ଥ ଶିରୁର(ପାରା ଶୁଟି୯) ଓ ସୁଜିତ ମନ୍ (କୁସ୍ତି) ୪ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ।
ଜୀବନବ୍ୟାପୀ କ୍ୟାଟାଗୋରୀରେ ଦୀନେଶ ଜବାହର ଲାଡ (କ୍ରିକେଟ୍), ବିମଲ ପ୍ରଫୁଲ୍ଲ ଘୋଷ (ଫୁଟବଲ) ଓ ରାଜ ସିଂହ(କୁସ୍ତି)ଙ୍କୁ ସମ୍ବର୍ଦ୍ଧିତ କରାଯିବ। ଜୀବନବ୍ୟାପୀ ସାଧନା ପାଇଁ ଧାନ ଚାନ୍ଦ ପୁରସ୍କାର ପାଇବେ ଅଶ୍ୱିନୀ ଅକୁଞ୍ଜୀ ସି (ଆଥଲେଟିକ୍ସ), ଧରମବୀର ସିଂହ (ହକି), ବିସି ସୁରେଶ (କବାଡି) ଓ ନିର୍ ବାହାଦୂର ଗୁରୁଙ୍ଗ (ପାରା ଆଥଲେଟିକ୍ସ)।
ଟ୍ରାନ୍ସଷ୍ଟାଡିଆ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ୍, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି, ଲଦାଖ ସ୍କି ଓ ସ୍ନୋବୋର୍ଡ ଆସୋସିଏସନକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯିବ। ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ, ଅମୃତସରକୁ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ଦିଆଯିବ ବୋଲି ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories