www.samajalive.in
Monday, December 15, 2025
24.1 C
Bhubaneswar

ଡୁମୁରିଆରେ ମାଣ୍ଡିଆ ମଣ୍ଡି ଉଦଘାଟିତ

ପାଟଣା : ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂଜାପାଠ କରି ମଣ୍ଡିର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୃଷି ଜିଲ୍ଲା ଅଧିକାରୀ ବିଶ୍ଵଜୟି ମିଶ୍ର, ଡୁମୁରିଆ ସରପଞ୍ଚ ଗୌରହରି ନାଏକ, ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ, ଶ୍ରୀ ଅନ୍ନ ଯୋଜନା ଜିଲ୍ଲା ସଂଯୋଜକ ସୁମନ ସ୍ମିତା ତରାଇ, ଜିଲ୍ଲା ପ୍ରକଳ୍ପ ସହ ସଂଯୋଜକ ସମୀର କୁମାର ଦାସ ଓ ଆନ୍ନା ସାବ ସେଟ୍ଟି, ପାଟଣା ବ୍ଲକ ସହ କୃଷି ଅଧିକାରୀ ପରେଶ କୁମାର ଦାଶ, ସିଂହ ବାହିନୀ ଚାଷୀ ଉତ୍ପାଦକ ସଂସ୍ଥା ର ମୁଖ୍ୟ ପଦ୍ମଲୋଚନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ମାଣ୍ଡିଆ ଜାତ ଖାଦ୍ୟର ବହୁଳ ବ୍ୟବହାର ଓ ତାର ଉପକାରିତା ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ମାଣ୍ଡିଆ ଏକ ଲାଭଜନକ ଚାଷ ହୋଇଥିବାବେଳେ ମାଣ୍ଡିଆ ଚାଷର ପ୍ରଣାଳୀ ଓ ଏହାର ବିକ୍ରି ପାଇଁ ମଣ୍ଡି ସୁବିଧା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରିଥିଲେ। ଡୁମୁରିଆଠାରେ ଆଜି ଉଦଘାଟିତ ହୋଇଥିବା ମାଣ୍ଡିଆ ମଣ୍ଡିରେ ମାଣ୍ଡିଆ ବିକ୍ରି କରିବା ସହିତ ଏହା କୁଇଣ୍ଟାଲ ପିଛା ୪ ହଜାର ୫ ଶହ ଟଙ୍କା ଦରରେ ଚାଷୀଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯିବ ବୋଲି କୃଷି ଅଧିକାରୀ ସୂଚନା ଦେଇଥିଲେ। ତୁରୁମୁଙ୍ଗା ସ୍ଥିତ ସିଂହବାହିନୀ ଚାଷୀ ଉତ୍ପାଦକ ସଂସ୍ଥା ଏହି ମାଣ୍ଡିଆ କୁ କିଣିବା ପାଇଁ ଅଧିକାର ପ୍ରାପ୍ତ ହୋଇଥିବା ବେଳେ ଚାଷୀମାନେ ଏହାର ସୁଫଳ ନେବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ଭାରତ ସଂଗଠନର ଶିବନାଥ ପ୍ରଧାନ ଶ୍ରୀ ଅନ୍ନ ଅଭିଯାନ ବ୍ଲକ ସହ ସଂଯୋଜକ ତ୍ରିଲୋଚନ ମହାନ୍ତ ପରିଚାଳନା କରିଥିବାବେଳେ କୃଷି ଅଧି ଦର୍ଶକ ଦୁର୍ଗା ଚରଣ ତ୍ରିପାଠୀ,ବନାଲତା ସେଠୀ, ଦମୟନ୍ତି ମହାନ୍ତ, କୃଷି ଗ୍ରାମ ସେବକ ଇନ୍ଦ୍ରଜିତ ପୁହାଣ,ଧରଣୀଧର କିଷାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏଠାରେ ବଡ଼ ମହୁଲଡିହାର ମା ପାର୍ବତୀ ଏସଏଚଜି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ଏଠାରେ ୭୫ ଜଣ ଚାଷୀଙ୍କ ଠାରୁ ୧ସହ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories