nua o banner

ପୁରୁଣା ମିଗ୍‌-୨୯ ବିକିବାକୁ ରୁଷର ପ୍ରସ୍ତାବ

BSKY banner  750×100
0

ନୂଆଦିଲ୍ଲୀ : ରୁଷ ଇତିମଧ୍ୟରେ ଶସ୍ତା ମୂଲ୍ୟରେ ୨୧ଟି ମିଗ୍‌-୨୯ ଯୁଦ୍ଧବିମାନ ବିକ୍ରି କରିବାକୁ ଭାରତକୁ ପ୍ରସ୍ତାବ ଦେଇଛି। ଏହି ବିମାନଗୁଡିକ ପୂର୍ବରୁ ରୁଷ ବାୟୁସେନାରେ ବ୍ୟବହୃତ ହୋଇସାରିଛି। ତେବେ ମୂଲ୍ୟ ଚୂଡାନ୍ତ କରିବାପରେ ହିଁ ଏଭଳି ପୁରୁଣା ବିମାନ କିଣିବାକୁ ଭାରତ ଚିନ୍ତା କରୁଛି। ରୁଷର ପ୍ରସ୍ତାବ ଅନୁଯାୟୀ ଭାରତକୁ ଗୋଟିଏ ବିମାନ ପିଛା ପ୍ରାୟ ୨୦୦ କୋଟି ଟଙ୍କା ପୈଠ କରିବାକୁ ପଡିବ। ନୂଆ ମିଗ୍‌-୨୯ ବିମାନର ମୂଲ୍ୟ ତୁଳନାରେ ଏହା ୩୦ ପ୍ରତିଶତ କମ ବୋଲି ଜଣାପଡିଛି। ତେବେ ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ ରୁଷ ଯେପରି ମୂଳ୍ୟ ବୃଦ୍ଧି ନ କରେ ସେଥିପ୍ରତି ଭାରତ ସତର୍କ ଦୃଷ୍ଟି ରଖିଛି। ପୂର୍ବରୁ ଭାରତ ରୁଷ ନିକଟରୁ ଏକ ବିମାନବାହୀ ଯୁଦ୍ଧଜାହାଜ ‘ଆଡମିରାଲ ଗୋର୍ସକୋଭ୍‌’ (ଆଇଏନଏସ ବିରାଟ) କିଣିସାରିଛି। ହସ୍ତାନ୍ତର ପୂର୍ବରୁ ରୁଷ ଏହି ଜାହାଜର ଆବଶ୍ୟକ ମରାମତି ଓ ଆଧୁନିକୀକରଣ ଦାୟିତ୍ୱ ନେଇଥିଲା। ହସ୍ତାନ୍ତର ସମୟରେ ରୁଷ ଏହାର ମୂଲ୍ୟ ବୃଦ୍ଧି କରିବା ଫଳରେ ଭାରତକୁ ଅତିରିକ୍ତ ୮୪୦୦ କୋଟି ଟଙ୍କା ପୈଠ କରିବାକୁ ପଡିଥିଲା। ତେଣୁ ଏହି ଭୁଲ୍‌ର ଯେପରି ପୁନରାବୃତ୍ତି ନ ଘଟେ, ସେଥିପାଇଁ ଭାରତ ସଜାଗ ରହିଛି।

Leave A Reply