www.samajalive.in
Monday, December 15, 2025
24.1 C
Bhubaneswar

ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାରରେ ମିଳିଲା ନୂଆ ଫିଚର୍

ନୂଆଦିଲ୍ଲୀ : ଜେଏସଡବ୍ଲୁ ଏମଜି ମୋଟର ଇଣ୍ଡିଆ ଭାରତରେ ନିଜ ଲୋକପ୍ରିୟ ଏମଜି କମେଟ ଇଭିର ୨୦୨୫ ଭର୍ସନ ଲଞ୍ଚ୍ କରିଦେଇଛି ।  ଏବେ ଏହି ଇ-କାର୍ ନୂଆ ସେଫ୍ଟି ଫିଚର ସହିତ ଓ ପୂର୍ବ ଅପେକ୍ଷା ଅଧିକ ଆଡଭାନ୍ସ ହୋଇଯାଇଛି । ଏଥିରେ ନୂଆ ଆଡଭାନ୍ସ ଫିଚର ଓ ୮ ବର୍ଷର ବ୍ୟାଟେରୀ ଓ୍ବାରେଣ୍ଟି ମିଳିବ । ଥରେ ଚାର୍ଜ କଲେ ଏହା ୨୨୯ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହାର ଦାମ୍ ୪.୯୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ)ରୁ ଆରମ୍ଭ ହୋଇଥାଏ ।

୨୦୨୫ ଏମଜି କମେଟ୍ ଇଭିକୁ ନୂଆ ଟେକ୍ନୋଲୋଜି ଓ ଆଡଭାନ୍ସ ଫିଚର ସହିତ ଅପଗ୍ରେଡ୍ କରାଯାଇଛି । ଏଥିରେ ମିଳୁଥିବା ନୂଆ ସେଫ୍ଟି ଓ ଆରାମଦାୟକ ଫିଚର ରୂପେ ଏବେ ଏଥିରେ ରିୟର ପାର୍କିଂ କ୍ୟାମେରା ମିଳୁଛି ଯାହା ଫଳରେ ଗାଡିକୁ ବ୍ୟାକ୍ କରିବାରେ ସୁବିଧା ହେବ । ଇଲେକ୍ଟ୍ରୋନିକ୍ ଉପାୟରେ ଆଡଜଷ୍ଟ ହେଉଥିବା ପାଓ୍ବର ଫୋଲ୍ଡିଂ ଓଆରଭିଏମଏସ ରହିଛି ।

- Advertisement -

ଏହା ବ୍ୟତୀତ କାରକୁ ବାଲାନ୍ସ୍ଡ କରିବା ପାଇଁ ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ ମିଳୁଛି । ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକିଂ ସିଷ୍ଟମ ମଧ୍ୟ ମିଳୁଛି । ଏହି ଇଭିରେ କ୍ରିପ୍ ମୋଡ ଦିଆଯାଇଛି ଯାହା ଫଳରେ ବ୍ରେକ୍ ହଟାଇବାମାତ୍ରେ କାର୍ ଧିରେ ଧିରେ ଆଗକୁ ଚାଲିବ । ଏହା ଫଳରେ ଟ୍ରାଫିକରେ ଡ୍ରାଇଭିଂ ସହଜ ହୋଇଯିବ । ୨୦୨୫ ଏମଜି କମେଟ ଇଭିର ଫାଷ୍ଟ ଚାର୍ଜିଂ ଭାରିଆଣ୍ଟ୍ସରେ ୧୭.୪ କିଲୋଓ୍ବାଟର ବ୍ୟାଟେରୀ ଦିଆଯାଇଛି । ଥରେ ଚାର୍ଜ କଲେ ଏହି ଇଭି ପ୍ରାୟ ୨୩୦ କିଲୋମିଟର ଯାତ୍ରା କରିପାରିବ । ଏହାର ବ୍ୟାଟେରୀରେ ୮ ବର୍ଷ କିମ୍ବା ୧.୨ ଲକ୍ଷ କିଲୋମିଟରର ଓ୍ବାରେଣ୍ଟି ମିଳିଥାଏ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories