କଣ୍ଟାବାଞ୍ଜି: ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ଆହ୍ୱାନକ୍ରମେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସିଙ୍ଗ କର୍ମଚାରୀ ବୁଧବାରଠାରୁ ସ୍ଥାୟୀ ନିଯୁକ୍ତି ସହ ବିଭିହ୍ନ ଦାବିକୁ ନେଇ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ୩ଦିନ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ କଳାବ୍ୟାଜ ପରିଧାନ କରି ଅନବରତ ରୋଗୀ ସେବା ଜାରି ରଖିଛନ୍ତି। କଳାବ୍ୟାଜ ପରିଧାନ କରି ପ୍ରତିବାଦ ସୂଚକ ୧୦ଜଣ ପୁରୁଷ/ମହିଳା ନର୍ସିଙ୍ଗ କର୍ମଚାରୀ, ଆଟେଣ୍ଡର ୦୮ଜଣ, ସିକୁରିଟି ୨୦ଜଣ, ୧୫ଜଣ ସଫେଇ କର୍ମଚାରୀ ଏବଂ ୦୨ଜଣ ଲାବୋରାଟାରୀ ଟେକ୍ନିସିଆନ ନିଜ ନିଜର ସେବା ଜାରି ରଖିଛନ୍ତି। ମହାସଂଘର ପୂର୍ବ ନିଷ୍ପତି ଅନୁଯାୟୀ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଛନ୍ତି। ସରକାରଙ୍କ ସଂଖ୍ୟାଧିକ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ, ଠିକା କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ଆସୁଥିବାବେଳେ ଏହି କର୍ମଚାରୀଙ୍କ ଦାବି ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ କରିଆସୁଛି ମହାସଂଘ। ଏଣୁ ଠିକା କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ରାଜ୍ୟର ନୂଆ ସରକାର ପ୍ରମୁଖ ଦାବିର ସମାଧାନ ନକଲେ, ଶେଷରେ କର୍ମଚାରୀମାନେ ରାଜ ରାସ୍ତାକୁ ଆନ୍ଦୋଳନରେ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
Popular Categories



