www.samajalive.in
Monday, December 15, 2025
16.1 C
Bhubaneswar

ସ୍ୱୟଂଭୁ ଫାର୍ମହାଉସରେ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

କଳାପଥର(ବାଙ୍କୀ): ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଗୋଳାଗଣ୍ଡ ପଞ୍ଚାୟତର ସାତଖଣ୍ଡ ଗ୍ରାମରେ ଥିବା ସ୍ୱୟଂଭୁ ଫାର୍ମହାଉସରେ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସନ ମାଇଷ୍ଟରର(ଚେନ୍ନାଇ) ଡାଇରେକ୍ଟର ଶାଶ୍ୱତ ଦାଶ ନିଜସ୍ୱ ପ୍ରୟାସରେ ଏକ ସୌର ଚାଳିତ ଶୀତଳ ଭଣ୍ଡାର ୫ ମେଟ୍ରିକ ଟନ୍ କ୍ଷମତା ମେସିନକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦେଶକ ଅଶୋକ ମହାନ୍ତି, ମନୋସ୍ୱିନୀ ମହାନ୍ତି, ଶୈଳେଶ ପଟ୍ଟନାୟକ, କମଳାକାନ୍ତ ପ୍ରହରାଜ, ଚାଷୀ ସିଧେଶ୍ୱର ପାଇକେରାୟ, ସମାଜସେବୀ ପ୍ରଫୁଲ୍ଲ ସେନାପତି, ଭବାନୀ ଶଙ୍କର ମିଶ୍ର ଏବଂ ବିଭୁଦତ୍ତ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ସହଯୋଗ କରି ଥିଲେ। ବାଙ୍କୀର ଦୀର୍ଘ ଦିନର ଚାଷୀ ସମସ୍ୟାକୁ ଦୂରକରି ପନିପରିବାର ଅଭାବୀ ବିକ୍ରି ରୋକିବାକୁ ଦୃଷ୍ଟିରେ ରଖି ଏକ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ କରି ଉକ୍ତ ଶୀତଳଭଣ୍ଡାରଟି ଚାଷୀମାନଙ୍କ ପାଇଁ ଲୋକାର୍ପିତ କରାଗଲା। ବୈଦେଶ୍ବର ଏବଂ ଗୋଳାଗଣ୍ଡ ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଏହି ଶୀତଳ ଭଣ୍ଡାରଟି ଉଦିଷ୍ଟ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି। ଚାଷୀ ଉତ୍ପାଦିତ ଟମାଟୋ, କଖାରୁ, ଗ୍ରୀନ ମଟର, ଆମ୍ବ, ପୋଟଳ, ବାଇଗଣ କଞ୍ଚାଲଙ୍କା ଏପରିକି ବିଭିନ୍ନ ପ୍ରକାରର ଫୁଲ ଆଦି ବିଭିନ୍ନ ଫଳ ସରଂକ୍ଷଣ କରି ଅଭାବୀ ବିକ୍ରିରୁ ରକ୍ଷା ପାଇପାରିବ। ଫଳରେ ଚାଷୀ ଆତ୍ମନିର୍ଭର ହେବା ସହ ଦକ୍ଷତା ବୃଦ୍ଧି ହୋଇପାରିବ। ସ୍ୱୟଂଭୁର ଏହି ଅଭିନବ ପ୍ରୟାସ ଯୁଗପଯୋଗୀ ଓ ସ୍ୱାବଲମ୍ବୀ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories