ମହାନଗରୀରେ ଗଡିଲା ମେଟ୍ରୋ
![](https://samajalive.in/wp-content/uploads/2019/08/Delhi-metro__923412909-640x430.jpg)
ନୂଆଦିଲ୍ଲୀ : ଆଜିଠୁ ଦେଶରେ କିଛି ସହରରେ ମେଟ୍ରୋ ରେଳ ସେବା ଆରମ୍ଭ ହୋଇଛି। କରୋନା କାରଣରୁ ୫ମାସ ହେଲା ମେଟ୍ରୋ ସେବା ବନ୍ଦ ଥିଲା । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ମେଟ୍ରୋ ରେଳ ସେବା ପୁଣିଥରେ ଦିଲ୍ଲୀ, ବାଙ୍ଗାଲୋର ଏବଂ ଚେନ୍ନାଇରେ ଆରମ୍ଭ ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ସମୟରେ ମେଟ୍ରୋ ଟ୍ରେନ କେବଳ ୟେଲୋ ଲାଇନରେ ଆରମ୍ଭ ହୋଇଥିବା ବେଳେ ବେଙ୍ଗାଲୁରୁରେ ପର୍ପଲ ଲାଇନ ଏବଂ ଚେନ୍ନାଇରେ ମଧ୍ୟ ମେଟ୍ରୋ ସେବା ଆରମ୍ଭ କରାଯାଇଛି। ଦିଲ୍ଲୀରେ ମେଟ୍ରୋ ସକାଳ ୭ଟାରେ ହୁଡା ସିଟି ସେଣ୍ଟରରୁ ସମୟପୁର ବାଦଲି ଅଭିମୁଖେ ଯାତ୍ରା କରିଛି।
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ, କରୋନା ଲକ୍ଷଣ ନ ଥିବା ଯାତ୍ରୀମାନେ ହିଁ କେବଳ ଟ୍ରେନ୍ରେ ଯାତ୍ରା କରିପାରିବେ। ମାସ୍କ ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ। ସାନିଟାଇଜେସନ୍ ଉପରେ ପ୍ରାଧାନ୍ୟ ଦିଆଯାଇଛି। ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ। ଏମିତି ଅନେକ କିଛି ଦିଗକୁ ଗୁରୁତ୍ବ ଦିଆଯାଇଛି। ଆଜିଠୁ ଅଳ୍ପ କିଛି ମେଟ୍ରୋ ଟ୍ରେନ ଚଳାଚଳ କରିଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟାକୁ ବଢାଇବା ନେଇ ଯୋଜନା ଚାଲିଛି।
Comments are closed.