www.samajalive.in
Monday, December 15, 2025
24.1 C
Bhubaneswar

ଜବରଦଖଲ ଉଚ୍ଛେଦ ଲାଗି କଟକିଆ ସାହି ଗ୍ରାମବାସୀଙ୍କ ଦାବି

ଆଠଗଡ : ଆଠଗଡ ତହସିଲ ଅନ୍ତର୍ଗତ କଟକିଆସାହି ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟର ଖେଳପଡିଆ ଭାବେ ବ୍ୟବହୃତ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ଗ୍ରାମବାସୀ ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ କଟକିଆସାହି ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ସରକାରୀ ଜାଗାରେ ସ୍କୁଲର ପିଲା ଖେଳିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେବ ସଂରକ୍ଷିତ କରି ରଖିଛନ୍ତି । ଗ୍ରାମବାସୀଙ୍କ ବାରଣ ସତ୍ତ୍ବେ ସେହି ଗ୍ରାମର ଝୁଲ ବେହେରାଙ୍କ ୩ପୁଅ ଜଳନ୍ଧର, ଧୂଳେନ୍ଦ୍ର ଓ କୁଳମଣି ଜୋର୍‌‌ ଜବରଦସ୍ତ ଦଖଲ କରି ସେଠାରେ ସ୍ଥାୟୀ ବାସଗୃହ ନିର୍ମାଣ କରିଛନ୍ତି  । ପୂର୍ବରୁ ଗ୍ରାମସଭାରେ ସେହି ସରକାରୀ ଜାଗାରୁ ସେମାନେ ନିଜେ ନିଜେ ଚାଲିଯିବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ସେଥିରୁ ଓହରିବା ସଙ୍ଗେ ସଙ୍ଗେ ସ୍ଥାୟୀ ଗୃହ ନିର୍ମାଣ କରିଥିଲେ। ଗ୍ରାମବାସୀ ସେମାନଙ୍କୁ ଏଥିରେ ବାରଣ କରିବାରୁ ସେମାନେ ମାରିବେ, ହାଣିବେ ବୋଲି ନାନା ଧମକଚମକ ଦେବାରୁ ଗ୍ରାମବାସୀ ବାଧ୍ୟ ହୋଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମ ସଭାପତି ଅଜୟ କୁମାର ବେହେରା, ୱାର୍ଡସଭ୍ୟ ସୁନିଲ କୁମାର ସେଠୀ ଓ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ୫୦ରୁ ଅଧିକ ଗ୍ରାମବାସୀ ସୋମବାର ଆଠଗଡ ତହସିଲଦାରଙ୍କୁ ସାକ୍ଷାତ କରି ସ୍କୁଲର ଖେଳପଡିଆ ପାଇଁ ସଂରକ୍ଷିତ ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି ଜଣାଇଥିଲେ । ଏଥିସହିତ ଭାରପ୍ରାପ୍ତ ଉପଜିଲ୍ଲାପାଳ ଦିପ୍ତୀମୟୀ ବେହେରାଙ୍କୁ ମଧ୍ୟ ଏ ସଂପର୍କୀତ ଏକ ଦାବିପତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହାର ନକଲ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ପ୍ରଦାନ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories