www.samajalive.in
Monday, December 15, 2025
17.1 C
Bhubaneswar

ବିଜେପିର ଜନସଂପର୍କ ପଦଯାତ୍ରା

ଆଠଗଡ :  କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୯ବର୍ଷ ପୂରଣ କରିଥିବା ଏନଡିଏ ସରକାରର ସଫଳତା ଓ ଉପଲବ୍ଧି ସଂପର୍କରେ ଲୋକଙ୍କୁ ଅବଗତ କରିବା ଲାଗି ଆଠଗଡ ବିଜେପି ପକ୍ଷରୁ ଘରକୁ ଘର ଚାଲ ଅଭିଯାନ ଆଠଗଡ ସହରାଞ୍ଚଳରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ, ବିଧାନସଭା ସଂଯୋଜକ ବିକ୍ରମ କେଶରୀ ଦାଶ ଓ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଆଠଗଡ ଏନଏସିର ୧ନଂ, ୨ନଂ ଓ ୩ନଂ ୱାର୍ଡରେ ପଦଯାତ୍ରା ମାଧ୍ୟମରେ ସରକାରଙ୍କର ଉପଲବ୍ଧି ଓ ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏନଡିଏ ସରକାରର ସୁଶାସନ, ମୌଳିକ ଭିତ୍ତିଭୂମି ବିକାଶ, ବ୍ୟାପକ ଶିଳ୍ପାୟନ, ଖାଦ୍ୟସୁରକ୍ଷା ଯୋଜନା, ଦୁର୍ବଳ ବର୍ଗଙ୍କ ପାଇଁ ଲୋକାଭିମୁଖୀ ଯୋଜନା, ଦିବ୍ୟାଙ୍ଗ ସଶକ୍ତିକରଣ, ଆଦିବାସୀଙ୍କ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ୩କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଣ ଆଦି ବିଷୟରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ନଗରମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତି, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ଜେନା, ନଗରମଣ୍ଡଳ ପ୍ରଭାରୀ ପ୍ରମୋଦ କୁମାର ରାୟ, ସାଧାରଣ ସଂପାଦକ ରମାକାନ୍ତ ସେନାପତି, ଉପସଭାପତି ସୁନିଲ ମିଶ୍ର, ମହିଳା ମୋର୍ଚ୍ଚା ନେତ୍ରୀ ଇଲା ପଣ୍ଡା, ହେମମଞ୍ଜରୀ ଭଞ୍ଜଦେଓ, ସମସ୍ତ ମଣ୍ଡଳ ସଭାପତି ଯଥା ତପନ ଲେଙ୍କା, ଉମେଶ ସାମଲ, ସନ୍ତୋଷ ରାଉତ, ନିର୍ମଳ କୁମାର, ବରିଷ୍ଠ କାର୍ଯ୍ୟକର୍ତ୍ତା କ୍ୟାପ୍‌‌ଟେନ ପ୍ରଫୁଲ୍ଲ ପରିଡା, ହିମାଂଶୁ ସାହୁ ଓ ସୁବାସ ମହାନ୍ତିଙ୍କ ସମେତ ବହୁ ଆଗଧାଡିର କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories