ରେଙ୍ଗାଲି : ସମ୍ବଲପୁରରୁ ଠେମରା, ପରମାଣପୁର, ଝାଙ୍କରପାଲି,କିନାଲୋଇ ଆଦି ପଞ୍ଚାୟତ ଦେଇ ଚଳାଚଳ କରୁଥିବା ସିଟିବସ୍ ଆଉ ଅପରାହ୍ନରେ ଚଳାଚଳ କରୁ ନାହିଁ । ଫଳରେ ସ୍କୁଲ କଳେଜକୁ ଆସୁଥିବା ଛାତ୍ର-ଛାତ୍ରୀ ଓ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଅପରାହ୍ନ ୨ଟା ୪୦ ଓ ୪ଟା ୪୦ ରେ ଲଇଡାରୁ ଏହି ରୁଟ୍ ରେ ଦୁଇଟି ସିଟି ବସ୍ ସମ୍ବଲପୁର ଅଭିମୁଖେ ଯାଉଥିଲା । କିନ୍ତୁ କିଛି ମାସ ହେଲା ସେହି ଦୁଇଟି ଯାକ ବସ୍ ଚଳାଚଳ ବନ୍ଦ କରିଦିଆଯାଇଛି । ଦିନ ୧ଟା୧୦ ପରେ ଲଇଡା ରୁ ସମ୍ବଲପୁର କୁଯିବା ପାଇଁ ଆଉ କୌଣସି ବସ୍ ନାହିଁ । ଲଇଡା କଲେଜକୁ ସମ୍ବଲପୁର ଧନୁପାଲି,ସିନ୍ଦୁରପଙ୍କ, ଠେମରା, ପରମାଣପୁର, ତବଡାବାହାଲ, ଟାମ୍ପରକେଲା, ଝାଙ୍କରପାଲି, କତରବଗା, କିନାଲୋଇ, ରେଙ୍ଗଲୋଇ ଆଦି ପଞ୍ଚାୟତର ଶତାଧିକ ଛାତ୍ର-ଛାତ୍ରୀ ଛୁଟି ଦିନ ବ୍ୟତୀତ ସବୁଦିନ ବସରେ କଲେଜକୁ ପାଠ ପଢିବାକୁ ଆସନ୍ତି । କଲେଜର କ୍ଲାସ୍ ପ୍ରାୟ ୩ଟା ୩୦ରୁ ୪ଟାରେ ଶେଷ ହେଉଥିବା ବେଳେ ଦିନ ୧ଟା ୧୦ ପରେ ଲଇଡାରୁ ଫେରିବାକୁ ବସ୍ ନାହିଁ । ଫଳରେ ଛାତ୍ର ଛାତ୍ରୀ ମାନେ କ୍ଳାସ୍ ଛାଡି ଦିନ ୧ଟା୧୦ରେ ଲଇଡାରୁ ସମ୍ବଲପୁରକୁ ଯାଉଥିବା ବସ୍ ରେ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହା ଦ୍ବାରା ଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେଉଛି । ଛାତ୍ର-ଛାତ୍ରୀଙ୍କ ବ୍ୟତୀତ ଜନସାଧାରଣ ମଧ୍ୟ ଅପରାହ୍ନରେ ଚାଲୁଥିବା ସିଟିବସ୍ ବନ୍ଦ ଥିବାରୁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
Related Posts
ଜିଲ୍ଲାପାଳ ଓ ଜିଲ୍ଲା ପରିବହନ ଅଧିକାରୀ ଏଦିଗରେ ଦୃଷ୍ଟିଦେଇ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ପୂର୍ବଭଳି ଅପରାହ୍ନ ୨ଟା୪୦ ଓ ୪ଟା୪୦ରେ ସିଟି ବସ୍ ଚଳାଚଳ ବ୍ୟବସ୍ଥା କରିବାକୁ ଦାବି ହେଉଛି ।
Comments are closed.