www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାର ବିଭିନ୍ନ ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ଖୋଲାଯିବା ନେଇ ବୈଠକ, ସୌରଚାଳିତ ଶୀତଳ ଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଆଜି କୃଷିଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ନିଜ ସଂସ୍ଥାର ସେବା ବିଷୟରେ ଉପସ୍ଥାପନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ସବ୍‌ଡିଭିଜନ୍‌ରେ ଶୀତଳ ଭଣ୍ଡାର ଖୋଲିବା ପ୍ରସ୍ତାବ ଦିଆଯିବା ପରିପ୍ରେକ୍ଷୀରେ କୃଷି ବିଭାଗ ଦ୍ୱାରା ଏହି ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି । ଏକ ବିଦ୍ୟୁତଚାଳିତ ଶୀତଳ ଭଣ୍ଡାର କମ୍ପାନୀ ଓ ଅନ୍ୟଟି ସୌରଚାଳିତ ଶୀତଳ ଭଣ୍ଡାର କମ୍ପାନି ନିଜର ସେବା, ଜ୍ଞାନକୌଶଳ, ଷ୍ଟୋରେଜ କାପାସିଟି, ଖର୍ଚ୍ଚ ଆକଳନ, ବିଶେଷତ୍ୱ ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଆଗରେ ଉପସ୍ଥାପନ କରିଥିଲେ ।

- Advertisement -

ସରକାର ତ୍ୱରାନ୍ୱିତ ଭାବେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେଇଛନ୍ତି ଏବଂ ଏଥି ନିମନ୍ତେ ସବ୍‌ସିଡି ମଧ୍ୟ ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯାଉଛି । ଏହାର ସୁଯୋଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ
କହିଥିଲେ । ପିପିପି ମୋଡ଼୍‌ରେ ଶୀତଳ ଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ ହେବ ଏବଂ ଏହାର ଅଧିକତମ ଫାଇଦା କୃଷକମାନେ ପାଇବା ଆବଶ୍ୟକ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ । ବିଭାଗୀୟ ଅଧିକାରୀଙ୍କ ଏକ ଦଳ ଏହିସବୁ ସଂସ୍ଥାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ପରିଦର୍ଶନ କରି ବିଭାଗକୁ ତଥ୍ୟ ପ୍ରଦାନ କରିବେ ଏବଂ ଏହି ତଥ୍ୟ ଆଧାରରେ ବିଭାଗ ଆଗାମୀ ନିଷ୍ପତ୍ତି ନେବ ବୋଲି ଡ. ପାଢ଼ୀ କହିଥିଲେ ।

ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍‌ କଲ୍ୟାଣ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories