www.samajalive.in
Tuesday, December 9, 2025
23.1 C
Bhubaneswar

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୋଡାଲ ଅଧିକାରୀ, ଉପଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ପ୍ରଦୀପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ  ପବିତ୍ର ମୋହନ ପ୍ରଧାନ ଏପିଡ଼ି, ରତ୍ନାକର ସାହୁ, ଜଳ ଓ ପରିମଳ ନିର୍ବାହୀ ଯନ୍ତ୍ରୀ  ଅମରେନ୍ଦ୍ର ପାଢ଼ୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ  ନାରାୟଣ ବେହେରା ଏବଂ  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାର ଅଗ୍ରଗତି,  କରୋନାର ସଫଳ ରୂପାୟନ, ସ୍ୱ ଇଚ୍ଛାରେ କରୋନା ନମୁନା ପରୀକ୍ଷଣ ପାଇଁ ଆସୁଥିବା ବ୍ୟକ୍ତି ଯେପରି ପରୀକ୍ଷଣରୁ ବଞ୍ଚିତ ନ ହୁଅନ୍ତି ଏବଂ  ଚିହ୍ନଟ ହୋଇଥିବା ପଜିଟିଭ ରୋଗୀଙ୍କ ଗୃହ ସଙ୍ଗରୋଧରେ ଥିବା ସଂଖ୍ୟା ଇତ୍ୟାଦି ଉପରେ ସମୀକ୍ଷା କରାଯାଇଥିଲା । ଆଲୋଚନା ବେଳେ ମୋ ଉପକାର ବଗିଚା ଯୋଜନାର ସଫଳ ରୂପାୟନ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରିବା ପାଇଁ, ପୁନଶ୍ଚ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଠିକ୍ ସମୟରେ ସାର ଓ କୀଟ ନାଶକ ଔଷଧ ଇତ୍ୟାଦି ଯୋଗାଇବା ପାଇଁ କୃଷି ବିଭାଗକୁ ପରାମର୍ଶ  ଦେଇଥିଲେ । ପୂଜା ଛୁଟି ପୂର୍ବରୁ ସମସ୍ତ ଅଙ୍ଗନବାଡି, ଆଶା, ଏଏନଏମ କର୍ମଚାରୀମାନେ ଯେପରି  ଦରମା ପ୍ରାପ୍ୟ ପ୍ରଦାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ  ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ସ୍ଥାନୀୟ ପୁଲିସ ରିଜର୍ଭ ପଡ଼ିଆଠାରେ ଏକ ସ୍ଥାୟି ହେଲିପେଡ ନିର୍ମାଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗଙ୍କୁ ନିର୍ଦେଶ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ୯ ଗୋଟି ଗ୍ରାମରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ଯୋଜନାରେ ସ୍ୱଚ୍ଛ ପାନୀୟ ଜଳ ଓ ବାହ୍ୟ ପାଇଖାନାର  ସୁବିଧା ଲୋକଙ୍କୁ ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା। ଏହା ଛଡା ଖାଦ୍ୟ ଯୋଗାଣ ଏବଂ ଜୀବିକା ମିଶନର ସଫଳ ରୂପାୟନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories