www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ ମହୋତ୍ସବ-୨୦୨୨ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଙ୍କୀ: ୨୦୦୦ ମସିହାରୁ ବାଙ୍କୀ ମାଟି ଓ ତାର କଳା, ସାହିତ୍ୟ, ସଂସ୍କୃତି, ଲୋକକଳାକୁ ଉଜ୍ଜୀବିତ କରିବା ପାଇଁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ୨୩ ବର୍ଷରେ ପଦାର୍ପଣ କରୁଛି। ବିଗତ ୨ବର୍ଷ କୋଭିଡ୍‍ କଟକଣାରେ ମହୋତ୍ସବକୁ ପାଳନ କରାଯାଇପାରି ନଥିଲା। ଚଳିତ ବର୍ଷ ବାଙ୍କୀ ମହୋତ୍ସବ-୨୦୨୨କୁ ସରସ, ସୁନ୍ଦର ଓ ରୁଦ୍ଧିମନ୍ତ କରିବା ପାଇଁ ବାଙ୍କୀ ମହୋତ୍ସବ କମିଟି ପକ୍ଷରୁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୯ତାରିଖରେ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ବାଙ୍କୀ ମହୋତ୍ସବର ଶୁଭ ଉଦଘାଟନ କରାଯାଇ ସ୍ଥାନୀୟ କଚେରୀ ପଡ଼ିଆରେ ଦୀର୍ଘ ୫ଦିନ ଧରି ବାଙ୍କୀବାସୀଙ୍କୁ ମନୋରଞ୍ଜନ ଯୋଗାଇ ଦେବା ସହିତ ଅକ୍ଟୋବର ୧୩ ତାରିଖରେ ମହୋତ୍ସବର ଉଦଯାପନ ହେବ। ରାଜ୍ୟ ତଥା ରାଜ୍ୟ ବାହାରର ଲୋକ ନୃତ୍ୟ, ଘୁମୁରା, ରଣପା, ସମ୍ବଲପୁରୀ, ଭାରତ ଲୀଳା, ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପାଲା, ସଂକୀର୍ତ୍ତନ, ମହିଳା ଭାଗବତ, ଘୁଡୁକି, ପାଇକ ଆଖଡା, ଘୋଡାନାଚ, ଘଟନାଚ ଆଦି ମହୋତ୍ସବ ମଣ୍ଡପରେ ଅଗ୍ରାଧିକାର ଭିତ୍ତିରେ ପରିବେଷଣ କରାଯିବ।

ସେହିପରି ମୀନା ବଜାର, ରାମଦୋଳି, ଅଶ୍ବାରୋହଣ, ଶିଶୁ କ୍ରୀଡା ଆଦି ଅନେକ କାର୍ଯ୍ୟକ୍ରମର ସଞ୍ଜୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତିଦିନ ବାଙ୍କୀ ଭୂଖଣ୍ଡ ତଥା ପଡୋଶୀ ଅଞ୍ଚରୁ ହଜାର ହଜାର ଦର୍ଶକ, ମହୋତ୍ସବ ପ୍ରେମୀ କୁମାର ଉତ୍ସବରେ ମା’ ଚର୍ଚ୍ଚିକାଙ୍କୁ ଦର୍ଶନ କରିବା ସହିତ ବାଙ୍କୀ ମହୋତ୍ସବର ମଜାନେବେ। ଏଥିପାଇଁ ବାଙ୍କୀ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଓ ଶୃଙ୍ଖଳାଗତ ପଦକ୍ଷେପ ପାଇଁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ସଭାପତିତ୍ୱରେ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ବାଙ୍କୀ-ଡମପଡ଼ା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି ସାଧାରଣ ସମ୍ପାଦକ ଡଃ. ଗଣେଶ୍ୱର ସ୍ୱାଇଁ ବାଙ୍କୀ ମହୋତ୍ସବ ସଞ୍ଚାଳନ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ମହୋତ୍ସବ ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମହୋତ୍ସବର ପରିକଳ୍ପନାରେ ବାଙ୍କୀ ମାଟିର ଅସ୍ମିତାର ପରିପ୍ରକାଶ ପରିପ୍ରେକ୍ଷୀରେ ସମସ୍ତ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହଯୋଗକୁ ସ୍ୱାଗତ କରିବା ସହିତ ମହୋତ୍ସବ ସଫଳତାରେ ସମସ୍ତଙ୍କର ନୈତିକ ଦାୟିତ୍ୱ ରହିବ ବୋଲି ଆହ୍ୱାନ ଦେଇଥିଲେ। ଉପଜିଲ୍ଲାପାଳଙ୍କ ଆଲୋଚନା କ୍ରମରେ ମହୋତ୍ସବରେ ଚିକିତ୍ସାସେବା, ସ୍ୱଚ୍ଛତା, ଅଗ୍ନିଶମ, ପାନୀୟଜଳ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଗମନାଗମନ ସୁବିଧା, ଯାତାୟତ ପାଇଁ ରାସ୍ତା ନିର୍ମାଣ ଓ ରକ୍ଷଣା ବେକ୍ଷଣ,୫ଦିନ ଧରି ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ ମାନେ ନିଜର କୋଠାକୁ ସୁନ୍ଦର ଆଲୋକ ସଜ୍ୟା କରିବା ପାଇଁ ପରାମର୍ଶ ଦିଆଯାଇଛି।

- Advertisement -

ଅପରପକ୍ଷେ ୫ଦିନ ଧରି ବାଙ୍କୀ ସହରରେ ଅବକାରୀ କାରବାରକୁ ସମ୍ପୂର୍ଣ୍ଣ ନିଶେଧ କରିବା, ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବାଙ୍କୀ ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ, ସମସ୍ତ ପ୍ରବେଶ ଦ୍ୱାରରେ ପୋଲିସ ପକ୍ଷରୁ ବ୍ୟାପକ ଶୃଙ୍ଖଳା ରକ୍ଷା ଏବଂ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସହଜରେ ଆମ୍ବୁଲାନ୍ସ ସେବା, ଅଗ୍ନି ଜନିତ ଦୁର୍ଘଟଣାକୁ ରୋକିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପ୍ରତି ଧ୍ୟାନ ଦେବାପାଇଁ ପରାମର୍ଶ ଦିଆଯାଇଛି। ପ୍ରତିଦିନ ମହୋତ୍ସବ ପଡ଼ିଆକୁ ସଫାସୁତୁରା ରଖିବା ପାଇଁ ଆବଶ୍ୟକ ସ୍ୱେଚ୍ଛାସେବୀ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହାୟତାରେ ସଞ୍ଚାଳନ କରିବା ପାଇଁ ଅନୁଷ୍ଠାନ ମାନେ ସହଯୋଗୀ ହେବା ପାଇଁ ଆଲୋଚନା କରାଯାଇଛି। ଏହି ବୈଠକରେ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ, ବାଙ୍କୀ ତହସିଲଦାର ସତ୍ୟନାରାୟଣ ପଣ୍ଡା, ଡମପଡ଼ା ତହସିଲଦାର କ୍ଷୀତିସ ବେହେରା, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଡମପଡ଼ା ବିଡିଓ ଶ୍ୟାମଳ କୁମାର ରାୟ ପ୍ରଶାସନିକ ବୈଠକରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମହୋତ୍ସବ କମିଟିର ବହୁ ସଦସ୍ୟ, ଶୁଭେଚ୍ଛୁ ଓ ସାମ୍ବାଦିକ ଉପସ୍ଥିତ ରହି ବାଙ୍କୀ ମହୋତ୍ସବର ସଫଳତା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories