ନିୟମିତ ଧ୍ୟାନ କଲେ, ପଡେ ନାହିଁ ବୟସର ଛାପ

0

ଯୋଗ, ପ୍ରାଣାୟମ, ଧ୍ୟାନ ଏସବୁ ନିୟମିତ କଲେ ଶରୀର ତଥା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ୨୭%ରୁ ଅଧିକ ଲୋକେ ବୃଦ୍ଧ ହେବା ପୂର୍ବରୁ ହିଁ ବୟସ୍କ ଦେଖାଯାଉଛନ୍ତି। ଏହା ପଛର ମୁଖ୍ୟ କାରଣ ହେଲା ସେମାନେ ମାନସିକ ଅଶାନ୍ତିରେ ରହିବା ସହ କାମର ଚାପ। ବିବାହିତ ଭାରତୀୟ ମହିଳାମାନେ ଏହି ବର୍ଗରେ ଆଗୁଆ ଥିଲେ । କର୍ମଜୀବୀ ମହିଳାଙ୍କ ତ୍ବଚାରେ ବୟସର ଛାପ ପଡ଼ିଥାଏ । ଏଥିରୁ ରକ୍ଷା ପାଇବାର ସରଳ ଉପାୟ ହେଲା ନିୟମିତ ଧ୍ୟାନ କରିବା । ୧୦ ମିନିଟ୍ ଧ୍ୟାନ କଲେ ହିଁ ତାହା ତ୍ବଚାକୁ ଅମ୍ଳଜାନ ଯୋଗାଇବା ସହ ଏକ ଚମକ ଆଣିଥାଏ । ଏଣୁ ଧ୍ୟାନକୁ ଦୈନନ୍ଦିନ ଜୀବନଶୈଳୀର ମୁଖ୍ୟ କାମ ଭାବେ ଗ୍ରହଣ କରିବା ଉଚିତ ।

Leave A Reply