www.samajalive.in
Monday, December 15, 2025
24.1 C
Bhubaneswar

ସକାଳେ କିଛି ସମୟ କରନ୍ତୁ ଧ୍ୟାନ ; ମିଳିବ ଚକିତ କରିବା ଭଳି ଲାଭ

ସୁସ୍ଥ ଶରୀର ପାଇଁ ବ୍ୟାୟାମ ଓ ଧ୍ୟାନ କରିବା ନିତାନ୍ତ ଆବଶ୍ୟକ। ସାରା ଦିନ ଭଲରେ ବିତିବା ପାଇଁ ସକାଳ ସମୟରେ ଧ୍ୟାନ କରିବା ଏକ ସ୍ୱାସ୍ଥ୍ୟକର ଉପାୟ। କିଛି ସମୟର ଧ୍ୟାନ ଦୁଶ୍ଚିନ୍ତା ସ୍ତରକୁ ସମ୍ପୂର୍ଣ୍ଣ ଭାବେ ହ୍ରାସ କରିଥାଏ। ଚିନ୍ତାକୁ ନିଜ ଠାରୁ ଦୂରେଇ ରଖିବା ପାଇଁ ସଠିକ ନିଷ୍ପତ୍ତି ନେବା ପାଇଁ ଧ୍ୟାନ କରିବା ଖୁବ ସହାୟକ ହୋଇଥାଏ।
ଧ୍ୟାନ ଶରୀର ସହ ଜଡିତ ହେଉଥିବା ଏକ ଅଦ୍ଭୁତ ଅଭ୍ୟାସ। ଏହା ହୃଦୟ ଗତିକୁ ନିୟନ୍ତ୍ରଣ ରଖିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଥିବା ସମସ୍ତ ବାଧା ଦୂର କରେ।
ନିଜ ବିଚାରକୁ ଉନ୍ନତରୁ ଉନ୍ନତ କରିବାରେ ସହାୟକ ହୋଇଥାଏ। ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ମନକୁ ଶାନ୍ତ ଓ ରାଗକୁ ନିୟନ୍ତ୍ରଣରେ ରଖେ।
ଧ୍ୟାନ କରିବା ଦ୍ୱାରା ଚିନ୍ତାଧାରା ନିୟନ୍ତ୍ରଣ ହୋଇ ରହିବା ସହ ଏହା ଶରୀରରେ ଏକ ପ୍ରକାର ହରମୋନ୍‍ ବଢାଇ ଥାଏ। ଯାହା ଦ୍ୱାରା ଆପଣ ସୁସ୍ଥ ଓ ସତେଜ ଅନୁଭବ କରିଥାଆନ୍ତି।
ନିଜ କାମକୁ ନେଇ ସର୍ବଦା ବ୍ୟତିବ୍ୟସ୍ତ ରହୁଥିଲେ, ସକାଳେ ଧ୍ୟାନ ନିଶ୍ଚୟ କରନ୍ତୁ। ଏହାଦ୍ୱାରା କାମ ପାଇଁ ଆଗ୍ରହ ଆସିବା ସହ ଚିନ୍ତା କମ ହୋଇଥାଏ।
ଧ୍ୟାନ କରିବା ଦ୍ୱାରା ଧୈର୍ଯ୍ୟ ଶକ୍ତି ବୃଦ୍ଧି ହେବା ସହ ପାଗ ପରିବର୍ତ୍ତନ କାରଣରୁ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣକୁ ଶରୀରକୁ ଦୂରେଇ ରଖିଥାଏ। ଶରୀରର ଯନ୍ତ୍ରଣା,ମୁଣ୍ଡବିନ୍ଧା ଆଦି ଦୂର କରିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବାରେ ମଧ୍ୟ ବେଶ ସହାୟକ ହୋଇଥାଏ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories