www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ବପ୍ନ ହୋଇ ରହିଗଲା ମେଗା ଜଳ ଯୋଗାଣ ପ୍ରକଳ୍ପ; ପାଣି ପାଇଁ ହନ୍ତସନ୍ତ ଲକ୍ଷ୍ମୀପୁରବାସୀ

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ବର୍ଷାଦିନେ ମଧ୍ୟ ପିଇବା ପାଣି ପାଇଁ ଲୋକମାନଙ୍କୁ ସଂଘର୍ଷ କରିବାକୁ ପଡୁଛି। ବ୍ଲକ ସଦର ମହକୁମାରେ ଘରେ ଘରେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ଏକ ମେଗା ଜଳପ୍ରକଳ୍ପ ସ୍ଥାପନ କରାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ପ୍ରତିଶ୍ରୁତି ଦେବାର ବର୍ଷେ ବିତି ଯାଇଥିଲେ ମଧ୍ୟ ମେଗାଜଳ ପ୍ରକଳ୍ପ କିପରି ପ୍ରତିଷ୍ଠା କରାଯିବ ସେନେଇ ଏବେ ଯାଏଁ ମଧ୍ୟ କୌଣସି ପ୍ରଚେଷ୍ଟା କରାଯାଇନାହିଁ। ଏପରିକି ଉକ୍ତ ଯୋଜନା ବର୍ତ୍ତମାନ ସ୍ବପ୍ନରେ ରହିଯାଇଛି କହିଲେ ଭୁଲ ହେବନାହିଁ।

ବର୍ତମାନ ବ୍ଲକ ସଦର ମହକୁମାରେ ୨ଟି ୫୦ ହଜାର କ୍ଷମତା ସମ୍ପନ୍ନ ଏବଂ ଗୋଟିଏ ୧ଲକ୍ଷ କ୍ଷମତା ବିଶିଷ୍ଟ ପାଣି ଟାଙ୍କିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ବାରା ଜଳଯୋଗାଣ କରାଯାଉଥିଲେ ମଧ୍ୟ ଜଳକଷ୍ଟ ଦୂର ହୋଇ ହୋଇପାରୁନାହିଁ । ୫୦ହଜାର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ମଧ୍ୟରୁ ଗୋଟିଏ ଟାଙ୍କିରୁ ୩ଟି ହରିଜନ ସାହି ସମେତ ଦୋରାସାହି, ଆଦିବାସୀ ସାହି, ଝୋଡିଆ ସାହି ଓ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ଏକ ୫୦ ହଜାର କ୍ଷମତା ବିଶିଷ୍ଟ ଟାଙ୍କିରୁ ମେଡିକାଲ୍ କଲୋନୀ, ଘୋଡାବନ୍ଧ କଲୋନୀ, ନୂଆ ବସଷ୍ଟାଣ୍ଡ ଓ ପୁରୁଣା ମେଡିକାଲ୍ କଲୋନୀ ଅଞ୍ଚଳରେ ଜଳ ଯୋଗାଣ କରାଯାଉଛି। ଲକ୍ଷ୍ମୀପୁରର ଚର୍ଚ୍ଚ ଅଞ୍ଚଳରେ ଗତ ବର୍ଷ ୬୦ ଲକ୍ଷ ବ୍ୟୟରେ ତିଆରି କରାଯାଇଥିବା ୧ଲକ୍ଷ କ୍ଷମତା ବିଶିଷ୍ଟ ପାଣିଟାଙ୍କି। ଗାଁର ଅର୍ଦ୍ଧାଧିକ ଅଞ୍ଚଳରେ ପାଣି ଯୋଗାଣ କରାଯିବ ବୋଲି କୁହାଯାଇ ପାଇପ ଲାଇନ୍ ବିଛାଯିବା ସହ ଷ୍ଟାଣ୍ଡ ପୋଷ୍ଟଗୁଡିକ ସ୍ଥାପନ କରାଯାଇଥିଲା। କିନ୍ତୁ କେବଳ ବ୍ଲକ ଅଞ୍ଚଳରେ ପାଣି ଯୋଗାଣ କରିବାରେ ସୀମିତ ରଖାଯାଇଥିବା କାରଣରୁ ଗାଁର ଅଧିକାଂଶ ଅଞ୍ଚଳରେ ପାଣି ସମସ୍ୟା ବର୍ତ୍ତମାନ ଉତ୍କଟ ରୂପ ନେଇଛି। ଏତେ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯାଇଥିବା ସତ୍ବେ ଜଳ ଯୋଗାଣରେ ବିଭିନ୍ନ ସମସ୍ୟା ଦେଖାଯିବା ସହିତ ଲୋକେ ପାଣି ପାଇଁ ଜୁଝୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଜଳ ଯୋଗାଣ ବିଭାଗ ସୁଚାରୁରୂପେ ବଣ୍ଟନ ନକରିବା କାରଣରୁ ଷ୍ଟାଣ୍ଡପୋଷ୍ଟଗୁଡିକରେ ପାଣି ମୁନ୍ଦାଏ ଆସିବା ପୁର୍ବରୁ ଭାଙ୍ଗିରୁଜି ଗଲାଣି। ଅନ୍ୟପକ୍ଷରେ ଜଳ ଯୋଗାଣ ଯଦି କରିବାର ନଥିଲା ତା’ହେଲେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ କାହିଁକି ପାଇପ୍ ଲାଇନ ବିଛାଗଲା ଓ ଷ୍ଟାଣ୍ଡପୋଷ୍ଟଗୁଡିକ କରାଗଲା ବୋଲି ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳର ମହିଳାମାନଙ୍କ ସମେତ ଅନେକ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

- Advertisement -

ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ୫୦ହଜାର କ୍ଷମତା ବିଶିଷ୍ଟ ପାଣି ଟାଙ୍କିରୁ ଯେଉଁ ଅଞ୍ଚଳରେ ଜଳ ଯୋାଗାଣ କରାଯାଉଛି ସେହି ଅଞ୍ଚଳରେ ଷ୍ଟାଣ୍ଡପୋଷ୍ଟଗୁଡିକ ଭାଙ୍ଗିରୁଜି ଯାଇଛି। କାଁ ଭାଁ ଯେଉଁଠି ଷ୍ଟାଣ୍ଡ ପୋଷ୍ଟ ଅଛି ସେଠାରେ କଳଗୁଡିକ ମଧ୍ୟ ଭାଙ୍ଗି ରୁଜି ଯାଇଛି। ଲୋକେ ମାଟିତଳେ ବିଛାଯାଇଥିବା ପାଇପରୁ କନେକ୍ସନ ବାହାର କରି ପିଇବା ପାଣି ସଂଗ୍ରହ କରୁଛନ୍ତି । ଗତ ତିନିଦିନର ଲଗାଣ ବର୍ଷାରେ ଦୂଷିତ ପାଣି ସପ୍ଲାଇ ପାଇପ୍ ଲାଇନ ଭିତରେ ପଶିଯାଇଥିବା ଦେଖିବାକୁ ମିଳିଛି। ପାଣି ପାଇଁ କିଛି ମହିଳା ମାଟିତଳେ ପୋତି ହୋଇଥିବା ସପ୍ଲାଇ ପାଇପ ଲାଇନକୁ ସଫା କରି ସେଠାରୁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ପଞ୍ଚାୟତ ତରଫରୁ ଡ୍ରେନ୍ ସଫେଇ କରାଯାଉଥିବା ବେଳେ ଡ୍ରେନ ଭିତର ଦେଇ ଯାଇଥିବା ଦୁଇଟି ସ୍ଥାନରେ ପାଇପ ଫାଟିଯାଇଥିଲା। ଗ୍ରାମ୍ୟ ଜଳ ଯୋଗାଣ କିନ୍ତୁ ଏହାକୁ ମରାମତି କରିବା ପରିବର୍ତ୍ତେ ପୂର୍ବଭଳି ପାଇପ୍ ଲାଇନରେ ପାଣି ଛାଡିଥିଲେ। ଉକ୍ତ ପାଇପ୍ ଲାଇନରେ ଡ୍ରେନରେ ପ୍ରବାହିତ ହେଉଥିବା କିଛି ପାଣି ପାଇପ ଲାଇନରେ ପଶିଯାଇଛି। ଲୋକେ କିନ୍ତୁ ନଜାଣି ସବୁଦିନ ଭଳି ପିଇବା ପାଣି ଭଳି ବ୍ୟବହାର କରି ଦେଇଥିଲେ। ତେବେ ତୁରନ୍ତ ପାଇପ ଲାଇନ ସଜାଡିବାକୁ ସାଧାରଣରେ ଦାବି ହୋଇଥିବା ବେଳେ ପାଇପଲାଇନ ମରାମତି କରିବା ପର୍ଯ୍ୟନ୍ତ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳର ଜଳ ଯୋଗାଣ ବନ୍ଦ କରିବାକୁ ଦାବି କରାଯାଇଛି। ବର୍ତମାନ ଗାଁରେ ଡେଙ୍ଗୁ ଜ୍ବରର ପ୍ରଭାବ ରହିଛି। ଯଦି ଡ୍ରେନରେ ପ୍ରବାହିତ ହେଉଥିବା ଦୁର୍ଗନ୍ଧ ଓ ଦୂଷିତ ଜଳ ଫାଟିଯାଇଥିବା ସପ୍ଲାଇ ପାଇପ୍ ଭିତରେ କିଛି ମାତ୍ରାରେ ପଶେ ସମ୍ପୂର୍ଣ୍ଣ ଜଳକୁ ଦୂଷିତ କରିବା ସହ ସେହି ପାଣି ପିଇଲେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories