ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମିଥ୍ୟା ଉତ୍ତରକୁ ନେଇ ବଡ଼ସାହିରେ ତାତି

ବଡ଼ସାହି: ମୟୂରଭଞ୍ଜ ଜିଲା ସର୍ବବୃହତ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କେହି ବିଶେଷଜ୍ଞ ଡାକ୍ତର ନଥିବା ବେଳେ ପ୍ରଶ୍ନକାଳ ସମୟରେ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପକ୍ଷରୁ ପ୍ରତ୍ତଦ ଉତ୍ତରରେ ୪ଜଣ ବିଶେଷଜ୍ଞ ଡାକ୍ତର କାର୍ୟ୍ୟ କରୁଛନ୍ତି ବୋଲି ତଥ୍ୟ ପ୍ରଦାନକୁ ନେଇ ମଙ୍ଗଳବାର ବଡ଼ସାହି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଧାନସଭା ଭଳି ପବିତ୍ର ଗୃହରେ ଏପରି ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ମନ୍ତ୍ରୀ ତାଙ୍କର ଭୁଲ ସ୍ୱୀକାର କରନ୍ତୁ ବୋଲି କଂଗ୍ରେସର ବରିଷ୍ଠ ନେତା ପ୍ରକାଶ କର ମହାପାତ୍ର ଦାବି କରିଛନ୍ତି। ବିକାଶ ମଞ୍ଚର ଆବାହକ ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ ମଧ୍ୟ କଟୁ ସମାଲୋଚନା କରିଛନ୍ତି। ବିଜେପି ଯୁବ ମୋର୍ଚ୍ଚାର ଭବାନୀ ଶଙ୍କର ସାହୁ, ବିଏସପିର ସଞ୍ଜୟ କୁମାର ବେହେରା ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଭାଗିରଥୀ ମାରାଣ୍ଡି ପୃଥକ ପୃଥକ ବିବୃତ୍ତିରେ ମନ୍ତ୍ରୀଙ୍କ ଏପରି ଉତ୍ତର ବଡ଼ସାହିବାସୀଙ୍କ ପାଇଁ ଉପହାସ ବୋଲି ସମାଲୋଚନା କରିଛନ୍ତି।

prayash

ବଡ଼ସାହି ବ୍ଲକର ୩୦ଗୋଟି ପଞ୍ଚାୟତର ୨ଲକ୍ଷ ଊର୍ଦ୍ଧ୍ବ ଜନସାଧାରଣଙ୍କ ପାଇଁ ବଡସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ୩ଜଣ ଡ଼ାକ୍ତର କାର୍ୟ୍ୟ କରୁଛନ୍ତି। ସମସ୍ତେ ନବାଗତ ଏମ୍ବିବିଏସ୍ ଡାକ୍ତର ଏଠାରେ କାର୍ୟ୍ୟକରୁଥିବା ବେଳେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦାୟିତ୍ୱରେ ଥିବା ଡାକ୍ତର ସଞ୍ଜିବ କୁମାର ବଇତାଇ ଶାକୁଆ ପିଏଚସିରୁ ଡେପୁଟେସନରେ ଆସି ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ମିଶାଇ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ, ଭେଷଜ ଏବଂ ଶଲ୍ୟ ବିଶେଷଜ୍ଞ ଡାକ୍ତରଙ୍କୁ ମିଶାଇ ୬ଜଣ ଡାକ୍ତର ରହିବା କଥା। ପରନ୍ତୁ ଏଠାରେ ଜୁନ ୨୦୧୩ରୁ ଭେଷଜ, ଏପ୍ରିଲ ୨୦୧୫ରୁ ଶିଶୁ ରୋଗ, ଜୁନ ୨୦୧୫ରୁ ଶଲ୍ୟ ବିଶେଷଜ୍ଞ ଓ ଅଗଷ୍ଟ ୨୦୧୬ରୁ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡ଼ାକ୍ତର ପଦବୀ ଖାଲି ରହିଛି। ବିଶେଷଜ୍ଞ ଡାକ୍ତର ନଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ୟ୍ୟସ୍ତ ହେବାରେ ଲାଗିଛି। ଖାଲି ଥିବା ଡାକ୍ତର ପଦବୀ ପୂରଣ ପାଇଁ ନିର୍ବାଚନୀ ପ୍ରସଙ୍ଗ ହୋଇଥିବାରୁ ଜନସାଧାରଣଙ୍କ ତୀବ୍ର ପ୍ରତିକ୍ରିୟା ପରେ ନବନିର୍ବାଚିତ ବଡ଼ସାହି ବିଧାୟକ ସନାତନ ବିଜୁଳି ଚଳିତ ଶୀତକାଳୀନ ବିଧାନସଭାରେ ୨୮୦ନଂ ପ୍ରଶ୍ନରେ ଏହି ଡ଼ାକ୍ତରଖାନାର ବିଶେଷଜ୍ଞ ଡାକ୍ତରଙ୍କର ସ୍ଥିତି ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ ଦେଇଥିବା ଉତ୍ତରର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡିଛି। ତାଙ୍କ ଉତ୍ତରରେ ସେ ଏଠାରେ ୪ଜଣ ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର କାର୍ୟ୍ୟ କରୁଥିବା ସେ ଦର୍ଶାଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ବଡ଼ସାହି ଡ଼ାକ୍ତରଖାନାକୁ ଅଣ ଦେଖା କରିବା ଯେତିକି ତର୍ଜମା ନହୋଇଛି ମନ୍ତ୍ରୀଙ୍କ ମିଥ୍ୟା ଉତ୍ତର ବର୍ତ୍ତମାନ ଚର୍ଚ୍ଚାର ବିଷୟ ସାହିଛି। ବିଭାଗ ପାଖରେ ଯଦି ବାସ୍ତବ ସ୍ଥିତି ନାହିଁ ତେବେ ଅଭାବ ବିଶେଷଜ୍ଞ ଡ଼ାକ୍ତର ପଦବୀ ପୂରଣ କିପରି ହେବ। ଯଥା ଶୀଘ୍ର ମିଥ୍ୟା ଉତ୍ତରକୁ ପ୍ରତ୍ୟାହାର କରିବା ସହିତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରାନଗଲେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସର ଯୁବ ନେତା ଶଶାଙ୍କ ଶେଖର କର ଚେତାବନୀ ଦେଇଛନ୍ତି।

kalyan agarbati

Comments are closed.