nua o banner

୫-ଟି ବୋଲମାନୁନି ଆମ୍ବୁଲାନ୍ସ ; ଘରୋଇ ଗଡ଼ିରେ ଗଲେ ରୋଗୀ

BJD Bijuli 480×75 Mob

ଦ୍ୱାରଶୁଣି: ରାଜ୍ୟସରକାର ସ୍ବାସ୍ଥ୍ୟସେବାକୁ ଗରୁତ୍ବ ଦେଉଥିବାବେଳେ ମୟୁରଭଞ୍ଜ ଜିଲାର ବାଙ୍ଗିରିପୋଷିରେ ବନ୍ଦ ପଡିଛି ଆମ୍ବୁଲାନ୍ସ ସେବା।  ଜରୁରି ପରିସ୍ଥିତିରେ ମିଳିପାରୁ ନାହିଁ ଜରୁରୀ ସେବା।  ଦୁଇଟି ଆମ୍ବୁଲାନ୍ସ ଥାଇ ମଧ୍ୟ ରୋଗୀଙ୍କ କାମରେ ଲାଗିପାରୁ ନ ଥିବାରୁ ରୋଗୀମାନ ଘରୋଇ ଗଡ଼ିରେ ଯାଉଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସୋମବାର ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ବାରିପଦା ବଡ଼ ମେଡିକାଲରେ ପହଞ୍ଚାଇ ବାଙ୍ଗିରିପୋଷିରୁ ଅନ୍ୟ ଏକ ରୋଗୀଙ୍କୁ ନେଇ ବାରିପଦା ଯିବାର ଥିଲା । ହେଲେ ଆମ୍ବୁଲାନ୍ସଟି  ସିମିଲା ଛକ ନିକଟରେ ଖରାପ ହୋଇଯାଇଥିଲା। ଯାହାଫଳରେ କର୍ମଚାରୀ ମାନେ ପଛରୁ ଠେଲି ଥିଲେ ମଧ୍ୟ ଆମ୍ବୁଲାନ୍ସ ଚାଲି ନଥିଲା। ଯେଉଁ ରୋଗୀ ଯିବାର ଥିଲା ଏକ ଘରୋଇ ଗାଡ଼ିରେ ବିଳମ୍ବରେ ପହଞ୍ଚିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

୨୦୧୩ମସିହାରେ ବାଙ୍ଗିରିପୋଷି ବ୍ଲକକୁ୧୦୮ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଥିଲା। ଏଥିପାଇଁ (ଓଡ଼ି୦୨ଜି୧୭୨୪) ଶୀତତାପ ନିୟନ୍ତ୍ରଣ ଆମ୍ବୁଲାନ୍ସ ଯୋଗେଇ ଦିଆଯାଇଥିଲା। ଏହା ପରଠାରୁ ଏଠାରେ୧୦୮ସେବା ଚାଲି ଆସୁଥିବାବେଳେ ବହୁ ରୋଗୀ ଉପକୃତ ହେଉଥିଲେ। ମାତ୍ର ରକ୍ଷଣା ବେକ୍ଷଣ ଅଭାବରୁ ଗତ ଅଗଷ୍ଟ୨୪ତାରିଖରୁ ଏହା ବନ୍ଦ ପଡିଛି। ଜରୁରି କାଳୀନ ସେବା ନ ପାଇ ସାଧାରଣଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରି ପରିସ୍ଥିତିରେ ଘୋରେଇ ଗାଡିଗୁଡ଼ିକ ଅଧିକ ଟଙ୍କା ଭଡା ଦେଇ ରୋଗୀଙ୍କ ପରିବାରଲୋକେ ବାରିପଦା ପିଆରେଏମ ମେଡିକାଲକୁ ଯିବାକୁ ପଡ଼ୁଛି। ଏନେଇ ବାରମ୍ବାର ଅଭିଯୋଗ ପରେ ତରବରିଆ ଭାବେ ମହାରାଷ୍ଟ୍ର ନମ୍ବର ଥିବା ଏକ ପୁରୁଣା୧୦୮ଆମ୍ବୁଲାନ୍ସ ବାଙ୍ଗିରିପୋଷି ବ୍ଲକକୁ ଗତ୨୪ତାରିଖ ଦିନ ଯୋଗେଇ ଦିଆଯାଇଥିଲା। ଏହାପରେ ପ୍ରତ୍ୟେକ ଦିନ ଆମ୍ବୁଲାନ୍ସଟି ଖରାପ ହେଉଥିବାରୁ ଏହାର ସମସ୍ୟା କର୍ମଚାରୀ ଓ ରୋଗୀଙ୍କ ସମ୍ପକୀୟ ମାନେ ଭୋଗୁଛନ୍ତି।

 

Comments are closed.