mission shakti banner

କେନ୍ଦ୍ର ଉପରେ ଗର୍ଜିଲେ ମାୟା

nua o banner
0

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତିଙ୍କ ଦ୍ୱାରା ଭାରତ ବନ୍ଦରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ। ଏସସିଏସଟି ଆକ୍ଟ ବିରୋଧରେ ଡାକରା ଦିଆଯାଇ ଥିବା ବନ୍ଦରେ ହୋଇଥିବା ହିଂସାକାଣ୍ଡର ତଦନ୍ତ କରିବାକୁ ଯାଇ ପୁଲିସ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ଉପରେ ଆକ୍ରୋସମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ଏପରିକି ୟୁପିରେ ମାୟାବତୀ ସରକାର ହେଲେ ଏସସି ଏସଟିଙ୍କ ଉପରେ କେନ୍ଦ୍ର ସରକାର ଦ୍ୱାରା ରୁଜୁ ମାମଲାକୁ ହଟାଇ ଦିଆଯିବ ବୋଲି ମାୟାବତୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ବିଏସପି ସୁପ୍ରିମୋ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଦ୍ୱାରା କେନ୍ଦ୍ର ସରକାର ଭାରତ ବନ୍ଦର ସଫଳତାରେ ଡରିଯାଇ ଏଭଳି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରୁଛି ବୋଲି ଅଭିଯୋଗ କରିଛନ୍ତି।

Leave A Reply