ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମୌସୁମୀ ଜୁସ
ଫଳରେ ବିଭିନ୍ନ ପ୍ରକାର ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ଓ ଆବଶ୍ୟକ। ସେଭଳି କେତେକ ଫଳ ମଧ୍ୟରେ ସ୍ୱାସ୍ଥ୍ୟ ଉପକାରୀ ଏକ ଫଳ ହେଉଛି ମୌସୁମୀ। ଏହାର ସ୍ୱାଦ ମଧ୍ୟ ଖଟା-ମିଠା। ତେଣୁ ପିଇବାକୁ ମଧ୍ୟ ସୁଆଦିଆ ଲାଗେ। ଜାଣନ୍ତୁ ଏହାର ଉପକାରିତା ଗୁଣ ବିଷୟରେ……..
୧- ଏହା ଖାଦ୍ୟ ହଜମ ପାଇଁ ବେଶ ଲାଭଦାୟକ ହୋଇଥାଏ।
୨- ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
୩- ହାଡ଼କୁ ସୁସ୍ଥ ଓ ମଜଭୂତ କରିବା ପାଇଁ ସହାୟକ ହୋଇଥାଏ।
୪- ଏହା ଚକ୍ଷୁ, ଚର୍ମ , କେଶକୁ ମଧ୍ୟ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
୫- ଗର୍ଭବତୀ ମହିଳାମାନେ ମଧ୍ୟ ଏହାକୁ ପିଇପାରିବେ।
୬- ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
୭- ମଧୁମେହ ରୋଗୀମାନେ ମଧ୍ୟ ଏହାର ସେବନ କରିପାରିବେ।
୮- ମୌସୁମୀ ଜୁସରେ ପ୍ରଚୁର ପରିମାଣରେ ଭିଟାମିସ ସି ଥିବାରୁ ଏହା ଦାନ୍ତ , ଦାନ୍ତ ମାଢି ପାଇଁ ବେଶ ଲାଭଦାୟକ।
Comments are closed.