bjd gruha runa

୨୦ରୁ ମାଟ୍ରିକ ମୂଲ୍ୟାୟନ; ଖାତା ଦେଖିବନି ଶିକ୍ଷକ ମଞ୍ଚ

BJD Bijuli 480×75 Mob
0

ଭୁବନେଶ୍ୱର: ଆସନ୍ତା ୨୦ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେଇଥିବା ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେବ। ଏହି ପରିପ୍ରେକ୍ଷୀରେ ପରୀକ୍ଷା ଖାତା ଦେଖା କାର୍ୟ୍ୟରେ ସହଯୋଗ କରିବ ନାହିଁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ
ଚେତାବନୀ ଦିଆଯାଇଛି। ଖାଲି ସେତିକି ନୁହେଁ ଯଦି ସରକାର ପୂର୍ଣ୍ଣ ଅନୁଦାନ ଦାବି ବିନା ସର୍ତ୍ତରେ ଅବିଳମ୍ବେ ପୂରଣ ନକରନ୍ତି ତେବେ ମାଟ୍ରିକ ମୂଲ୍ୟାୟନ ବର୍ଜନ କରାଯିବା ସହିତ ପରୀକ୍ଷା କେନ୍ଦ୍ର ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଏହାକୁ ସରକାର ଖାତିର କରିନାହାନ୍ତି। ସଂଘର ଏହି ଧମକକୁ ନଡରି ବିଭିନ୍ନ ଘରୋଇ ବିଦ୍ୟାଳୟରୁ ୫ହଜାର ଶିକ୍ଷକ ଆଣି ଠିକଣା ସମୟରେ ପରୀକ୍ଷା ଖାତା ମୂଲ୍ୟାୟନ କରିବାପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ଏନେଇ ସଂଘର ଆବାହକ ପ୍ରକାଶ ମହାନ୍ତି ଯେ ୨୦୧୭ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକଗ୍ରାଣ୍ଟ ଉଚ୍ଛେଦ ନେଇ ସଂଘକୁ ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମାତ୍ର ପରେ ବିଭାଗୀୟ ବିଜ୍ଞପ୍ତିରେ ଏକ ବେଆଇନ ସତ୍ୟପାଠ ରଖାଗଲା। ଯାହାର ପ୍ରଭାବ ଚିନ୍ତା କରିବାପରେ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଲା। ଜଣେ ଶିକ୍ଷକ କାହିଁକି ସତ୍ୟପାଠ ଦେବ, ଏହି ବେଆଇନ ପରମ୍ପରାକୁ ସଂପୂର୍ଣ୍ଣ ଉଠାଇବାକୁ ସଂଘ ଦାବି କରୁଛି। ବାରମ୍ବାର ଦାବି ଆନ୍ଦୋଳନ ପରେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନାହାନ୍ତି। ଯଦି ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ନହୁଏ ଆସନ୍ତା ୨୦ତାରିଖଠାରୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ଏବଂ ପରେ ଯୁକ୍ତଦୁଇ ଖାତା ମୂଲ୍ୟାୟନ ବର୍ଜନ କରାଯିବ ବୋଲି ଶ୍ରୀ ମହାନ୍ତି ଓ ସଭାପତି ଗୋଲକ ମହାପାତ୍ର, ପବିତ୍ର ମହାଲା ଚେତାବନୀ ଦେଇଛନ୍ତି।
ଏସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ଅଯଥାରେ ଶିକ୍ଷକ ସଂଘମାନେ ସରକାରଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରୁଛନ୍ତି। ସତ୍ୟପାଠ ଉଠାଇବାକୁ ନେଇ ସଂଘ ଯେଉଁ ଦାବି କରିଥିଲା ତାକୁ ସରଳୀକରଣ କରାଯାଇଛି। ସୁପ୍ରିମକୋର୍ଟ ନିର୍ଦେଶନାମାକୁ ନେଇ ବିଭାଗ ପକ୍ଷରୁ ବହୁ ଆଲୋଚନା ପରେ ଏବେ ଶିକ୍ଷକମାନେ କେବଳ ସାଦାକାଗଜରେ ସ୍ୱାକ୍ଷର କରିବାକୁ କୁହାଯାଉଛି। ତାକୁ ମଧ୍ୟ ଶିକ୍ଷକମାନେ ମାନିବାକୁ ନାରାଜ। ସୁପ୍ରିମକୋର୍ଟଙ୍କ ନାଁରେ ସରକାରଙ୍କୁ ବ୍ଲକମେଲିଂ କରିବାପାଇଁ କିଛି ଶିକ୍ଷକ ନେତା ଏଭଳି ହୀନ ଉଦ୍ୟମ କରୁଛନ୍ତି। ଘଟଣାର ପ୍ରକୃତ ସତ୍ୟତା ଲୋକଲୋଚନକୁ ଆସିବା ଦରକାର। ଯଦି ସଂଘ ପରୀକ୍ଷା ବର୍ଜନ ସହିତ କେନ୍ଦ୍ର ନିକଟରେ ହୋହଲ୍ଲା ସୃଷ୍ଟି କରିବାକୁ ଉଦ୍ୟମ କରିବ ତେବେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଆଣି ସରକାର ଠିକଣା ସମୟରେ ଖାତା ମୂଲ୍ୟାୟନ କାର୍ୟ୍ୟ ସାରିବେ ବୋଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ମହାପାତ୍ର ରୋକ୍‌ଠୋକ୍‌ କହିଛନ୍ତି।
ଖାତା ଦେଖିବନି…

Leave A Reply