www.samajalive.in
Monday, December 15, 2025
24.1 C
Bhubaneswar

୩୫ ବର୍ଷ ପରେ ମାମଲାର ରାୟ ପ୍ରକାଶ; ରାଜା ମାନ ସିଂହ ହତ୍ୟା ମାମଲାରେ ୧୧ପୁଲିସ ଦୋଷୀ

ମଥୁରା : ରାଜସ୍ଥାନର ଭରତପୁର ରାଜା ମାନ୍‌ ସିଂହଙ୍କ ହତ୍ୟା ଘଟଣାର ଦୀର୍ଘ ୩୫ ବର୍ଷ ପରେ ୧୧ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶର ମଥୁରାସ୍ଥିତ ଅଦାଲତ ବୁଧବାର ସେମାନଙ୍କ ଦଣ୍ଡ ଘୋଷଣା କରିବେ। ୧୯୮୫ ଫେବୃଆରୀ ୨୧ରେ ଘଟିଥିବା ଏହି ଲୋମହର୍ଷକ ହତ୍ୟାକାଣ୍ଡ ଯୋଗୁଁ ରାଜସ୍ଥାନରେ ରାଜନୈତିକ ଝଡ଼ ଉଠିଥିଲା ଓ ହତ୍ୟାକାଣ୍ଡର ଦୁଇ ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେହି ବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ରାଜା ମାନ୍‌ ସିଂହ ଦିଗ୍‌ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲାବେଳେ କଂଗ୍ରେସ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ବ୍ରିଜେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଫେବୃଆରୀ ୨୦ରେ କଂଗ୍ରେସ କର୍ମୀମାନେ ଭରତପୁର ପତାକାକୁ ଅସମ୍ମାନ କରିବାରେ ଉତ୍ତ୍ୟକ୍ତ ମାନ ସିଂହ ମାଥୁରଙ୍କ ସଭାମଞ୍ଚ ଉପରକୁ ନିଜ ଜିପ୍‌ ଚଢ଼ାଇ ଦେଇଥିଲେ। ମାଥୁରଙ୍କ ହେଲିକପ୍ଟରକୁ ମଧ୍ୟ ତାଙ୍କ ସମର୍ଥକ ଭଙ୍ଗାରୁଜା କରିଥିଲେ। ଏହାର ପରଦିନ ରାଜା ମାନ ସିଂହ ଓ ତାଙ୍କର ଦୁଇ ସମର୍ଥକ ଥାନାକୁ ଆତ୍ମସମର୍ପଣ ପାଇଁ ଯାଉଥିବାବେଳେ ଏକ ପୁଲିସ ଦଳ ତାଙ୍କୁ ଗୁଳିଚଳାଇ ହତ୍ୟା କରିଥିଲେ ବୋଲି କହନ୍ତି ମାନ ସିଂହଙ୍କ ନାତି ଦୁଷ୍ୟନ୍ତ ସିଂହ।
ପୁଲିସ ଉପ-ଅଧୀକ୍ଷକ କାନ୍‌ ସିଂହ ଭଟ୍ଟିଙ୍କ ନେତୃତ୍ବରେ ଏହି ଗୁଳି ଚଳାଯାଇଥିଲା ଓ ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ଏହାର ସପ୍ତାହକ ପରେ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ପ୍ରଥମେ ମାମଲାର ଶୁଣାଣି ରାଜସ୍ଥାନ କୋର୍ଟରେ ହୋଇଥିଲା; କିନ୍ତୁ ପରେ ଏହାକୁ ସୁପ୍ରିମକୋର୍ଟ ନିର୍ଦେଶରେ ମଥୁରାକୁ ସ୍ଥାନାନ୍ତର କରାଯାଇଥିଲା। ମାମଲାରେ ୧୭୦୦ଟି ଶୁଣାଣି ହୋଇଛି। ସମ୍ପ୍ରତି ସଚିନ ପାଇଲଟଙ୍କ ଗୋଷ୍ଠୀରେ ରହି ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ବିଶ୍ବେନ୍ଦ୍ର ସିଂହ ହେଉଛନ୍ତି ରାଜା ମାନ ସିଂହଙ୍କ ଭଣଜା।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories