www.samajalive.in
Saturday, December 6, 2025
15.1 C
Bhubaneswar

ମାତାପିତା ହେବେ କ୍ୟାଟ୍ରିନା-ବିକି !

ମୁମ୍ବାଇ:ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ । ଦୁହେଁ  ଆସନ୍ତା ମାସରେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବେ ବୋଲି ଚର୍ଚ୍ଚା ହେଉଛି । କଟ୍ରିନା ଏବେ ଗର୍ଭବତୀ ଅଛନ୍ତି ଏବଂ ବିବାହର ୪ବର୍ଷ ପରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି । ବିକି ଏବଂ କ୍ୟାଟ୍ରିନା ଆସନ୍ତା ମାସରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିପାରନ୍ତି ।       ଯେତେବେଳେ କଟ୍ରିନା କୈଫଙ୍କ ଗର୍ଭବତୀ ହେବାର ଗୁଜବ ପ୍ରକାଶ ପାଇଥିଲା, ବିକି କୌଶଲ କହିଥିଲେ ଯେ, ଏହି ଖବରରେ କୌଣସି ସତ୍ୟତା ନାହିଁ । ତାଙ୍କ ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍’ର ଟ୍ରେଲର ଲଞ୍ଚ ସମୟରେ ବିକି କୌଶଲ କହିଥିଲେ, ‘ଖୁସି ଖବର କଥା କହିବାକୁ ଗଲେ, ଆମେ ଏହାକୁ ନିଶ୍ଚିତ ଭାବେ ଆପଣଙ୍କ ସହିତ ସେୟାର କରିବୁ । କିନ୍ତୁ ବର୍ତ୍ତମାନ ଏହି ଖବରରେ କୌଣସି ସତ୍ୟତା ନାହିଁ । ଏବେ ‘ବ୍ୟାଡ୍ ନ୍ୟୁଜ୍’ର ମଜା ନିଅନ୍ତୁ । ଯେତେବେଳେ ଭଲ ଖବର ଆସିବ, ଆମେ ନିଶ୍ଚିତ ଭାବରେ ଏହାକୁ ଆପଣଙ୍କ ସହିତ ସେୟାର କରିବୁ ।’

ସୂଚନା ଯୋଗ୍ୟ ଯେ , କଟ୍ରିନା କୈଫ୍ ଏବଂ ବିକି କୌଶଲ ୨୦୨୧ ମସିହାରେ ରାଜସ୍ଥାନରେ ବିବାହ କରିଥିଲେ । କେବଳ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସେମାନଙ୍କ ବିବାହରେ ଯୋଗ ଦେଇଥିଲେ । ଏହି ଦମ୍ପତି ଇନଷ୍ଟାଗ୍ରାମରେ ସେମାନଙ୍କର ବିବାହ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବିବାହର ଖବର ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories