www.samajalive.in
Friday, December 5, 2025
20.1 C
Bhubaneswar

ମାନିଲେ ପାକ୍‌ ବିଦେଶ ମନ୍ତ୍ରୀ: ଆମେରିକାର ମଧ୍ୟସ୍ଥତାକୁ ଭାରତ ଦୃଢ଼ ଭାବେ ଖାରଜ କରିଥିଲା

ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ଲାଗି ଆମେରିକା ମଧ୍ୟସ୍ଥତା କରିବାକୁ ଚାହୁଁଥିଲା। କିନ୍ତୁ ଭାରତ ଏହାକୁ ବାରମ୍ବାର ଦୃଢ଼ ଭାବେ ଖାରଜ କରିଥିଲା। ଏହା ଦ୍ଵିପାକ୍ଷିକ ସମସ୍ୟା। କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଭାରତ ଚାହୁଁନାହିଁ ବୋଲି କହିଥିଲା। ଏହା ସ୍ଵୀକାର କରିଛନ୍ତି ପାକିସ୍ତାନୀ ବିଦେଶ ମନ୍ତ୍ରୀ ଇଶାକ୍ ଦାର।

ଦାର କହିଛନ୍ତି, ଅପରେସନ ସିନ୍ଦୂର ପରେ ଭାରତ ନିଃସର୍ତ୍ତ ଭାବରେ ଦୁଇ ଦେଶ ମଧ୍ୟରେ ଆଲୋଚନାରେ ୩ୟ ପକ୍ଷର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିଆସିଛି। ଏହା ଦ୍ଵିପାକ୍ଷିକ ସମସ୍ୟା ହୋଇଥିବାରୁ ଭାରତ ଆମେରିକାର ପ୍ରସ୍ତାବକୁ ଖାରଜ କରିଥିଲା। ଦୁଇ​‌ ଦେଶ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ସେ ଗତ ଜୁଲାଇ ୨୫ରେ ଓ୍ବାଶିଂଟନ ଯାଇଥିଲେ। ସେଠାରେ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓଙ୍କ ସହିତ ତାଙ୍କର ବୈଠକ ହୋଇଥିଲା। ସେ ରୁବିଓଙ୍କୁ ଭାରତ-ପାକ୍ ଆଲୋଚନା ସମ୍ପର୍କରେ ପଚାରିଥିଲେ। ଟ୍ରମ୍ପଙ୍କ ମଧ୍ୟସ୍ଥତା ବିଷୟରେ ବି ପଚାରିଥିଲେ। ମାତ୍ର ରୁବିଓ କହିଥିଲେ ଯେ, ଭାରତ କହିଲା ଏହା ଦ୍ଵିପାକ୍ଷିକ ସମସ୍ୟା। ଏଥିରେ କୌଣସି ୩ୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ଗ୍ରହଣ କରିବ ନାହିଁ। ଅଲ ଜଜୀରାକୁ ସାକ୍ଷାତକାର ଦେବା ସମୟରେ ଦାର୍‌ ଏହା ସ୍ଵୀକାର କରିଛନ୍ତି।

- Advertisement -

ଦାର କହିଛନ୍ତି, ଆମେ ଭାରତ ସହ ଆଲୋଚନା କରିବାକୁ ଚାହୁଁଛୁ। କିନ୍ତୁ ଭାରତ ଶୁଣୁନାହିଁ। ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହିତ ୩ୟ ପକ୍ଷ ମଧ୍ୟସ୍ଥତା ଯୋଗୁ ଯୁଦ୍ଧ ବିରତି ହୋଇଥିବା କହିଥିଲେ। ପାକ୍ ବିଦେଶ ମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧୀଙ୍କ ଅପପ୍ରଚାରର ପର୍ଦ୍ଦାଫାଶ କରିଛି ବୋଲି କୁହାଯାଉଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories