www.samajalive.in
Friday, December 5, 2025
27.1 C
Bhubaneswar

‘କଥାକାର କି ଡାଏରୀ’ ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ

ଭୁବନେଶ୍ୱର :ଫିଲ୍ମ ‘କଥାକାର କି ଡାଏରୀ’, ଏହି ଫିଚର ଫିଲ୍ମ ମୁମ୍ବାଇ, ପୁଣେ ଓ ଓଡ଼ିଶାରେ ସୁଟିଂ ହୋଇଛି । ଓଡ଼ିଶାର ସୁନ୍ଦରଗଡ଼ର ଜଙ୍ଗଲରେ ଫିଲ୍ମର ପ୍ରମୁଖ ଦୃଶ୍ୟ ସୁଟିଂ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ପ୍ରକୃତିକୁ ବିଶେଷ ଭାବେ ସ୍ଥାନ ଦିଆଯାଇଛି । ଜଣେ ସାଧାରଣ ମଣିଷର ଜୀବନ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ ।   ଅନ୍ବେଷ ଏହି ଫିଲ୍ମର ଲେଖକ ସହ ନିର୍ଦ୍ଦେଶନା ଦେଇଥିବାବେଳେ ଓଡିଶାରୁ ୨୦୦ରୁ ଅଧିକ କଳାକାର ଏହି ସିନେମାରେ ଅଭିନୟ କରିଛନ୍ତି ।  ଏହି ଫିଲ୍ମକୁ ଜାତୀୟ ପୁରସ୍କାରପ୍ରାପ୍ତ ଏଡିଟର ଅସୀମ ସିହ୍ନା ଏଡିଟିଂ କରିଥିବାବେଳେ ଏହାକୁ ନିର୍ମାଣ କରିବାକୁ ଅନ୍ବେଷଙ୍କୁ ଅଢେଇରୁ ତିନିବର୍ଷ ସମୟ ଲାଗିଛି । ବଡ଼କଥା ଯେ ଏହି ଫିଲ୍ମରେ ଦେଢ଼ ବର୍ଷର ଜଣେ ଶିଶୁ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିଛି । ଫିଲ୍ମର କାହାଣୀ ସହ ଦୃଶ୍ୟପଟ୍ଟ ସିନେ ସମୀକ୍ଷକଙ୍କୁ ପ୍ରଭାବିତ କରିଥିବାବେଳେ ଏବେ ଏହା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପାଇଁ ଚୟନ ହୋଇଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories