www.samajalive.in
Monday, December 15, 2025
24.1 C
Bhubaneswar

ଆସନ୍ତା କାଲିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ସୁବ୍ରତ ବାଗଚୀ

ଭୁବନେଶ୍ବର (ବ୍ୟୁରୋ): ଆସନ୍ତାକାଲିଠାରୁ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରାଯାଇ ପାରିବ ଓ ଏଥିପାଇଁ ବଜାରରେ ବିକ୍ରି ହେଉଥିବା ମାସ୍କ ଅତ୍ୟନ୍ତ ଜରୁରୀ ନୁହେଁ ।  କରୋନା ଲଢ଼େିରେ ମାସ୍କ ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇ ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସମ୍ବନ୍ଧୀୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନାରୁ ସୁରକ୍ଷିତ ରହିବାକୁ ସରକାର ବିଭିନ୍ନ ନିର୍ଦେଶନାମା ଜାରି କରିଛନ୍ତି । ସାମାଜିକ ଦୂରତ୍ବ କଥା ବାରମ୍ବାର କୁହାଯାଉଛି । ତେଣୁ ସରକାରଙ୍କ ପକ୍ଷରୁ ଯେତେବେଳେ ଯେଉଁ ନିର୍ଦେଶ ଦିଆଯାଉଛି ତାହାର ପାଳନର ଆବଶ୍ୟକତା ରହିଛି ।

କରୋନା ରୋଗୀମାନଙ୍କ ଚିହ୍ନଟ ଓ କରୋନାକୁ ନିୟନ୍ତ୍ରଣ ନିମନ୍ତେ ସରକାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଖୋର୍ଦ୍ଧା ଜିଲାରେ ୪ଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବାବେଳେ କଟକ ଜିଲାରେ ୨ଟି, ଗଞ୍ଜାମ ଓ ଯାଜପୁରରେ ଗୋଟିଏ ଲେଖାଏଁ ଜୋନ କରାଯାଇଛି । କରୋନା ସଂକ୍ରମଣ ଶିକୁଳି ଭାଙ୍ଗିବା ନିମନ୍ତେ ଏହା ଅତ୍ୟନ୍ତ ଜରୁରୀ ଏବଂ ଲକ୍ଡ଼ାଉନର ଏକ ଅଂଶବିଶେଷ । ୮ ଏପ୍ରିଲ ସୁଦ୍ଧା ରାଜ୍ୟରେ ମୋଟ ୨୪୪୧ ନମୁନା ପରୀକ୍ଷା ହୋଇଛି ଏବଂ ଏଥିରୁ ୪୨ ଜଣଙ୍କ ନମୁନାରେ କରୋନା ଭୂତାଣୁ ଠାବ କରାଯାଇଛି (ପଜିଟିଭ୍ ଅଛନ୍ତି)।  ୨ ଜଣ ରୋଗୀ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଫେରିଛନ୍ତି ଓ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ଓ ୯୧ ଜଣ ସନ୍ଦିଗ୍ଧଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୃଥକବାସରେ ରହିଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ ଆସନ୍ତାକାଲିଠାରୁ ସରକାର ସାଧାରଣ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ମାସ୍କ ନ ଥିଲେ ମୁହଁ ଓ ନାକକୁ ଆବୃତ୍ତ କରିବା ପରି ରୁମାଲ ବାନ୍ଧି ପାରିବେ । ମହିଳାମାନେ ଏଥିପାଇଁ ଓଢ଼ଣୀ ଓ ପୁରୁଷମାନେ ଗାମୁଛା ବ୍ୟବହାର କରିବାରେ ବାଧା ନାହିଁ । ତେବେ ବାହାରୁ ଘରକୁ ଫେରିବା ପରେ ମାସ୍କ, ରୁମାଲ, ଓଢ଼ଣୀ ବା ଗାମୁଛାକୁ ଭଲ ଭାବରେ ସାବୁନ ଓ ଗରମପାଣିରେ ସଫା କରି ଖରାରେ ଶୁଖାଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories