www.samajalive.in
Sunday, December 7, 2025
14.1 C
Bhubaneswar

ଲୋକେ ମାନିଲେନି ସାମାଜିକ ଦୂରତା : ସିଲ୍‌ ହେଲା ଭୁବନେଶ୍ବର ମାର୍କେଟ୍‌ ବିଲ୍‌ଡିଂ

ଭୁବନେଶ୍ବର : ସକାଳୁ ଜମିଥିଲା ରଜ ବଜାର। କିଣାକିଣି ଲାଗି ଲୋକେ ଭିଡ଼ ଜମାଇଥିଲେ ଦୋକାନ ବଜାରରେ। ସବୁ କିଛି ଠିକ୍‌ଠାକ୍‌ ଥିଲା ମଧ୍ୟାହ୍ନ ପର୍ଯ୍ୟନ୍ତ। ତେବେ ଏହାପରେ ଧୀରେ ଧୀରେ ଗହଳି ବଢ଼ିଲା। ଛୋଟ ଫୁଟ୍‌ପାଥ୍ ଦୋକାନୀଙ୍କଠୁ ଛୋଟ ଦୋକାନ, ସପିଂ ମଲ ପର୍ଯ୍ୟନ୍ତ ଦିନ ଗୋଟାଏ ବେଳକୁ ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ଗୋଡ଼ ପକାଇବାକୁ ବି ଜାଗା ନଥିଲା। ସାମାଜକ ଦୂରତ୍ବ ବଜାୟ ରଖିବା ଦୂରର କଥା, ମାସ୍କ ମଧ୍ୟ ଅନେକ ପିନ୍ଧିନଥିଲେ। ଖୋଲାଖୋଲି ଭାବେ ମାନି ନ ଥିଲେ କରୋନା କଟକଣା। ତେବେ ରଜ କିଣାବିକା ପାଇଁ ଭୁବନେଶ୍ବର ବ୍ୟବସାୟିକ ପେଣ୍ଠସ୍ଥଳ ‘ମାର୍କେଟ ବିଲ୍‌ଡିଂ’ର ଦୃଶ୍ୟ ଯିଏ ଆଖିରେ ଦେଖିଛି ସେ ହିଁ କେବଳ ବିଶ୍ବା କରିପାରିବ। ରଜ ସପିଂ ବେଳେ ଗ୍ରାହକ ଓ ବ୍ୟବସାୟୀ ସରକାର ଜାରି କରିଥିବା ମାର୍ଗ ଦର୍ଶିକା ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ‘ମାର୍କେଟ୍ ବିଲ୍‌ଡିଂ’କୁ ସିଲ୍‌ କରି ଦିଆଯାଇଥିଲା।

ବିଏମ୍‌ସି ଜୋନାଲ୍‌ କମିଶନର ଅଂଶୁମାନ ରଥ ‘ମାର୍କେଟ୍‌ ବିଲ୍‌ଡିଂ’ ସିଲ୍‌ କରିବା ପରେ କହିଥିଲେ ଯେ, ରଜ କିଣାକିଣି ପାଇଁ ମାର୍କେଟ୍‌ ବିଲ୍‌ଡିଂରେ ପ୍ରବଳ ଭିଡ଼ ଥିଲା। ଦୋକାନ ଭିତରେ ଓ ବାହାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଉଭୟ ଦୋକାନୀ ଓ ବ୍ୟବସାୟୀ ସାମାଜିକ ଦୂରତା ପାଳନ କରି ନ ଥିବାରୁ ବିଏମ୍‌ସି ପକ୍ଷରୁ ମାର୍କେଟ୍‌ ବିଲ୍‌ଡିଂକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କିଣାକିଣି ପାଇଁ ଲୋକେ ସାମାଜିକ ଦୂରତା ମାନୁ ନଥିଲେ। ମାର୍କେଟ୍‌ ବିଲ୍‌ଡିଂକୁ କେବଳ ଆଜି ପାଇଁ ସିଲ୍‌ କରାଯାଇଛି। ଶନିବାର ଓ ରବିବାର ଦୁଇଦିନ ସଟ୍‌ଡାଉନ୍‌ ରହିବ। ତେବେ ସୋମବାର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ଜେଡିସି କହିଛନ୍ତି।
ତେବେ ରଜ ବଜାରରେ ‘ମାର୍କେଟ୍‌ ବିଲ୍‌ଡିଂ’କୁ ସିଲ୍‌ କରାଯିବା ନେଇ ଉଭୟ ଦର୍ଶକ ଓ ବ୍ୟବସାୟୀ ନାପସନ୍ଦ କରିଛନ୍ତି। ସରକାର ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ କହିଥିଲେ। ସକାଳୁ ବର୍ଷା ଲାଗି ରହିଥିବାବେଳେ ଏଠାରେ ଦିନବେଳା ପ୍ରବଳ ଗହଳି ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବା ସମ୍ଭବ ନ ଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେବା ବଦଳରେ ‘ମାର୍କେଟ ବିଲ୍‌ଡିଂ’ ସିଲ୍‌ କରାଯିବା ଠିକ୍ ହୋଇନାହିଁ ବୋଲି ଅନେକ ବ୍ୟବସାୟୀ ଓ ଦର୍ଶକ କହିଛନ୍ତି। ନୂଆ ଡ୍ରେସ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ରଜ ପାଇଁ ଗ୍ରାହକମାନେ କିଣି ନ ପାରିଥିବାରୁ ଦୁଃଖ ପ୍ରକାଶ କରିଥିଲେ।

- Advertisement -

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories