ମରିସସ୍‌ ରାଷ୍ଟ୍ରପତିଙ୍କ ଇସ୍ତଫା

0

ପୋର୍ଟ ଲୁଇ : ମରିସସ୍‌ ରାଷ୍ଟ୍ରପତି ଅମିନା ଗୁରିବ୍‌-ଫକିମ ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପ୍ରଦତ୍ତ କ୍ରେଡିଟ କାର୍ଡକୁ ବ୍ୟବହାର କରି ଅମିନା ନିଜ ପାଇଁ ଅଳଙ୍କାର ଓ ବିଳାସପୂର୍ଣ୍ଣ ସାମଗ୍ରୀ କିଣିଥିଲେ ବୋଲି ଅଭିଯୋଗ ହୋଇଥିଲା। ବିରୋଧୀ ଦଳ ପକ୍ଷରୁ ଏହାର ତୀବ୍ର ପ୍ରତିବାଦ ହେବାପରେ ଅମିନାଙ୍କ ସ୍ଥିତି ବିପନ୍ନ ହୋଇପଡିଥିଲା। ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ ଅମିନା ରାଷ୍ଟ୍ରପତି ପଦ ଛାଡିବେ ବୋଲି ଗତ ବୁଧବାର ସଙ୍କେତ ଦେଇଥିଲେ। ଅମିନା ଜଣେ ବୈଜ୍ଞାନିକ ହୋଇଥିବାବେଳେ ୨୦୧୫ରେ ସେ ଲଣ୍ଡନସ୍ଥିତ ‘ପ୍ଲାନେଟ ଆର୍ଥ ଇନ୍‌ଷ୍ଟିଚ୍ୟୁଟ୍‌’ରେ ଫେଲୋ ଭାବେ ନାମ ପଞ୍ଜିକୃତ କରିଥିଲେ। ତାଙ୍କର ବିଦେଶ ଗସ୍ତ ଓ ଅଫିସ ସାମଗ୍ରୀ କିଣାକିଣି ପାଇଁ ପି.ଇ.ଆଇ ନାମକ ଏକ ସଂସ୍ଥା ପକ୍ଷରୁ ୨୦୧୬ ମେ’ରେ ଅମିନାଙ୍କୁ ଏକ କ୍ରେଡିଟ କାର୍ଡ ଯୋଗାଇ ଦିଆଯାଇଥିଲା। ତେବେ ଅମିନା ଏହି କାର୍ଡ ଜରିଆରେ ନିଜ ପାଇଁ ସାମଗ୍ରୀ କିଣିବା ଫଳରେ ବିବାଦୀୟ ହୋଇପଡିଥିଲେ। ପି.ଇ.ଆଇ ସଂସ୍ଥାକୁ ଏହି ଅର୍ଥ ପରିଶୋଧ କରିବେ ବୋଲି ଅମିନା ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply