www.samajalive.in
Sunday, December 7, 2025
23.1 C
Bhubaneswar

ତ୍ୱଚା ପାଇଁ ବରଦାନ ଗେଣ୍ଡୁଫୁଲ ଫେସ୍ ପ୍ୟାକ୍

ବହୁ ସମୟରେ ଧୂଳିମାଟି କାରଣରୁ ତ୍ୱଚାରେ ଏକ ଆସ୍ତରଣ ଜମିବା ପରି ଅନୁଭବ ହୋଇଥାଏ। ଏଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗେଣ୍ଡୁଫୁଲରେ ପ୍ରସ୍ତୁତ ଫେସ ପ୍ୟାକ ବେଶ ଲାଭଦାୟକ। ଗେଣ୍ଡୁଫୁଲରେ ଆଣ୍ଟି ବ୍ୟାକ୍ଟେରିଅଲ ଓ ଆଣ୍ଟି ଇଫ୍ଲେମେଟରୀ ଗୁଣ ରହିଛି। ଯାହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। ଏହା ହରବଲ୍ ହୋଇଥିବାରୁ ତ୍ୱଚାର କୌଣସି କ୍ଷତି ମଧ୍ୟ କରି ନଥାଏ। ଜାଣନ୍ତୁ ଗେଣ୍ଡୁଫୁଲରେ କିପରି ଫେସ ପ୍ୟାକ ପ୍ରସ୍ତୁତ କରିବେ…..
ପ୍ରଥମେ ଗେଣ୍ଡୁଫୁଲର ପାଖୁଡ଼ାକୁ କାଢି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏହି ପେଷ୍ଟରେ ୧ ଚାମଚ ଚନ୍ଦନ ଗୁଣ୍ଡ, ଦହି, ମହୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ତ୍ୱଚା ଓ ବେକରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
ଅନ୍ୟ ଏକ ଉପାୟରେ ଗେଣ୍ଡୁଫୁଲକୁ ଭଲ ଭାବେ ପେଷି ଦିଅନ୍ତୁ। ଏଥିରେ ଦହି, ଲେମ୍ବୁ ରସ ମିଶାନ୍ତୁ। ଏହାକୁ ମୁହଁରେ , ହାତରେ, ବେକରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ।
ସପ୍ତାହକୁ ଥରେ ଏହି ଫେସ ପ୍ୟାକକୁ ନିଶ୍ଚୟ ଲଗାନ୍ତୁ। ଏହା ତ୍ୱଚାର ଚମକ ମଧ୍ୟ ଦ୍ୱିଗୁଣିତ କରିଥାଏ।
ବ୍ରଣର କଳାଦାଗ ଦୂର କରିଥାଏ।
ମୁହଁକୁ ସତେଜ ରଖିଥାଏ।
– ତ୍ୱଚାର ବିଭିନ୍ନ ଦାଗକୁ ଦୂର କରିଥାଏ।
– ଖରାର ପ୍ରଭାବରୁ ସୃଷ୍ଟି ହେଉଥିବା ଟ୍ୟାନ୍ କୁ ମଧ୍ୟ ଦୂର କରିଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories