www.samajalive.in
Monday, December 15, 2025
24.1 C
Bhubaneswar

ବଢିଲା ଆତ୍ମସମର୍ପଣ ରାଶି: ସମର୍ପଣ କଲେ ପାଇବେ ଏତିକି ଲକ୍ଷ

ସମାଜ ଡିଜିଟାଲ ଡେସ୍କ: ଆତ୍ମସମର୍ପଣ କଲେ ମାଓବାଦୀଙ୍କ ମିଳିବ ଅଧିକ ଅର୍ଥରାଶି । ଏନେଇ ଘୋଷଣା କରାଯାଇଛି । ମାଓବାଦୀଙ୍କ ଆତ୍ମସମର୍ପଣ ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଲାଇଟ୍‌ ମେସିନ୍‌ ଗନ୍‌ ସହିତ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୪ଲକ୍ଷ ୯୫ହଜାର ଟଙ୍କା । ଏ.କେ-୪୭ ସହ ଆତ୍ମସମର୍ପଣ କଲେ ୩ଲକ୍ଷ ୩୦ହଜାର ଟଙ୍କା । ଏସଏଲଆର ସହ ଆତ୍ମସମର୍ପଣ କରିଲେ ମାଓବାଦୀଙ୍କୁ ମିଳିବ ୧ଲକ୍ଷ ୬୫ହଜାର ଟଙ୍କା । ୧୦ଲକ୍ଷ ପୁରସ୍କାର ଥିବା ମାଓବାଦୀ ଯଦି ଆତ୍ମସମର୍ପଣ କରିବେ ତେବେ ତାଙ୍କୁ ୫ଲକ୍ଷ ଟଙ୍କା ମିଳିବ । ଏହାସହିତ ସେମାନଙ୍‌କ ନାଁରେ ଥିବା ସବୁ ଛୋଟମୋଟ ମାମଲା ପ୍ରତ୍ୟାହାର କରିବେ ସରକାର ।

ସେହିପରି ପଲିଟବ୍ୟୁରୋ, ସେଣ୍ଟ୍ରାଲ କମିଟି ମେମ୍ବରଙ୍କୁ ମିଳିବ ୧କୋଟି ୧୦ଲକ୍ଷ, ଷ୍ଟେଟ୍‌ କମିଟି ସଦସ୍ୟ, ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଆତ୍ମସମର୍ପଣ କଲେ ୫୫ଲକ୍ଷ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି । ରିଜିଓନାଲ୍‌ କମିଟି ସଦସ୍ୟଙ୍କୁ ୩୩ଲକ୍ଷ, ଡିଜିଜନାଲ କମିଟି ସଦସ୍ୟଙ୍କ ୨୭.୫ଲକ୍ଷ ଟଙ୍କା ଡିଭିଜନାଲ କମିଟି ମେମ୍ବର ଆତ୍ମସମର୍ପଣ କଲେ ମିଳିବ ୨୨ଲକ୍ଷ ।

- Advertisement -

ଅସ୍ତ୍ରଶସ୍ତ୍ର ଛାଡି ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନେଇ ଆତ୍ମସମର୍ପଣ ରାଶିକୁ ବୃଦ୍ଧି କରାଯାଇଛି ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories