www.samajalive.in
Saturday, December 6, 2025
14.1 C
Bhubaneswar

ମାଓବାଦୀ ଆକ୍ରମଣରେ ୩ ଯବାନ ସହିଦ

ମାଲକାନଗିରି :  ମାଓବାଦୀମାନେ ପୁଣି ରକ୍ତମୁଖା ହୋଇଛନ୍ତି। ସୁରକ୍ଷା ବାହିନୀ ଶିବିର ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଛତିଶଗଡ଼ ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଥିବା ବେଳେ ଅନ୍ୟ ୧୪ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ ଟେକୁଲଗୁଡେମଠାରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ନୂଆ ଶିବିର ସ୍ଥାପନ କରାଯାଇଥିଲା। ପରେ ସିଆର୍‌ପିଏଫ୍‌ ଓ ଡିଆରଜି ବାହିନୀର ଯବାନମାନେ ଜୋନାଗୁଡା ଜଙ୍ଗଲରେ ତଲାସି ଅଭିଯାନ ପାଇଁ ବାହାରିଥିଲେ। ସେହି ସମୟରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି କୁହାଯାଉଛି। ସେଠାରେ ୩ ଯବାନ ସହିଦ ହୋଇଥିବାବେଳେ ୧୪ ଜଣ ଯବାନ ଆହତ ହୋଇଥିଲେ। ୧୪ ଆହତଙ୍କୁ ପ୍ରଥମେ ସିଲଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ବାୟୁସେନାର ହେଲିକେପ୍ଟର ଯୋଗେ ସମସ୍ତଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories