www.samajalive.in
Tuesday, December 9, 2025
15.1 C
Bhubaneswar

ଅନୁଶାସନ ରକ୍ଷା କରିଛନ୍ତି ଜଙ୍ଗଲର ରାଜା ; ନଦୀ କୂଳରେ ଧାଡ଼ିରେ ପାଣି ପିଉଛନ୍ତି ଏକାଧିକ ସିଂହ

ନୂଆଦିଲ୍ଲୀ : ବନ୍ୟଜନ୍ତୁଙ୍କ କାର୍ଯ୍ୟକଳାପ ଦେଖିବାକୁ ଖୁବ ମଜା ଲାଗେ। ସେଭଳି ଏକ ଦୃଶ୍ୟର ଫଟୋ ଓ ଭିଡ଼ିଓ ବର୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଜଙ୍ଗଲର ରାଜାର ଏଭଳି ଏକ ଭିଡ଼ିଓ ଦେଖିବାକୁ ଖୁବ କୌତୁହଳ ଲାଗୁଛି। ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଏକାସହ ଅଧିକ ସଂଖ୍ୟାରେ ସିଂହ ଜଙ୍ଗଲରେ ଥିବା ନଦୀ କୂଳରେ ପାଣି ପିଉଛନ୍ତି। ଶୋଷିଲା ସିଂହମାନେ ନଦୀ କୂଳକୁ ଆସି ଏକ ଧାଡ଼ିରେ ରହି ଶାନ୍ତିରେ ପାଣି ପିଉଛନ୍ତି। ଧାଡ଼ିରେ ସିଂହଙ୍କୁ ପାଣି ପିଉଥିବା ଭିଡ଼ିଓ ଦେଖି ଲୋକେ ଏହାକୁ ଖୁବ ପସନ୍ଦ କରିବା ସହ ଭିଡ଼ିଓର ମଜା ନେଉଛନ୍ତି। ଜଙ୍ଗଲ ମଧ୍ୟରେ ସିଂହଙ୍କ ମଧ୍ୟରେ ଏଭଳି ଅନୁଶାସନ ବାସ୍ତବିକ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଉଛି। ଦୃଶ୍ୟଟିକୁ ଦେଖିବାକୁ ମଧ୍ୟ ସୁନ୍ଦର ଲାଗୁଛି। ଏକ ମିନିଟରେ ଏହି ଭିଡ଼ିଓରେ ଦେଖାଯାଉଛି ପ୍ରଥମେ ଗୋଟିଏ ସିଂହ ଆସି ନଦୀକୂଳ ନିକଟରେ ପାଣି ପିଉଛି, ଏହାପରେ ଧିରେ ଧିରେ ଅନ୍ୟ ସିଂହମାନେ ମଧ୍ୟ କୂଳକୁ ଆସି ଧାଡ଼ିରେ ରହି ପାଣି ପିଉଛନ୍ତି। ବର୍ତମାନ ସୁଦ୍ଧା ଏହି ଭିଡ଼ିଓଟିକୁ ବହୁ ଲୋକେ ଦେଖିସାରିଲେଣି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories