www.samajalive.in
Monday, December 8, 2025
14.1 C
Bhubaneswar

ମେଙ୍ଗୋ ମ୍ୟାନ ଭାସ୍କର ବେହେରା, ବିଦେଶକୁ ରପ୍ତାନି ହେଉଛି ମାଲକାନଗିରି ଆମ୍ବ

ମାଲକାନଗିରି : ଦିନ ଥିଲା ଅଭାବି ଆମ୍ବ ବିକ୍ରି ହେଉଥିବା ବେଳେ ମାଓ ପ୍ରବଣ ମାଲକାନଗିରି ଜଲାରେ କୋୟା ଆଦିବାସୀମାନେ ଆମ୍ବ ଫସଲ କରି ସ୍ୱାଭିମାନ ହେବା ସହ ଲକ୍ଷ ଲକ୍ଷ ଟଙ୍କା ବାର୍ଷିକ ଉପାର୍ଜନ କରୁଛନ୍ତି ଏବଂ ଏଥିରେ ମୁଖ୍ୟ ପୁରଧା ସାଜିଛନ୍ତି ମାଲକାନଗିରିର ଅଗ୍ରଣି ସ୍ୱେଚ୍ଛାସେବୀ ସଂଗଠନ ସହୀଦ ଲଖ୍ମଣ ନାୟକ ଉନ୍ନୟନ ସମିତି ଅଧ୍ୟକ୍ଷ ଭାସ୍କର ବେହେରା। ତାଙ୍କର ଏହି ଉଦ୍ୟମ ପ୍ରଶଂସନୀୟ ହୋଇଥିବା ବେଳେ ଆଜି ମାଲକାନଗିରିର ଆମ୍ବ ବିଦେଶ ବଜାରରେ ବିକ୍ରି ହେଉଥିବା ଜିଲା ପାଇଁ ନିଶ୍ଚିତ ଭାବେ ଏକ ଖୁସିର ଖବର। ବାର୍ଷିକ ପ୍ରାୟ ୧୫ ହଜାର ମେଟ୍ରିକ ଟନ୍‍ ଆମ୍ବ ଆଦିବାସୀଙ୍କ ବଗିଚାରୁ ଉତ୍ପାଦନ ହେଉଥିବା ନେଇ ଜଣାପଡିଛି। ୨୦୦୭ ମସିହାରେ ପ୍ରଥମେ ନାବାର୍ଡ ସହାୟତାରେ ସେ ସମୟରେ କୋରୁକୋଣ୍ଡା ବ୍ଲକରେ ତଣ୍ଡିକି ଓ ଚାଲାଣଗୁଡା ପଂଚାୟତର ସିଆଡିମାଳ, ଏମ୍‍.ଭି. ୪, ଡୁଡିଗୁଡା, ଡଙ୍ଗସଖାଲ, ଗନ୍ଧଇପାଲ୍ଲୀ, ଆଲୁରୁ, ଚାଲାଣପଡା, ଟାଙ୍ଗରାଭଟା, ଗୁଡାଭଟା ଭଳି ପ୍ରାୟ ୧୪ଟି ଗ୍ରାମରେ ନାବାର୍ଡ ପକ୍ଷରୁ ବାଡ଼ି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲ।।

- Advertisement -

ରାଜସ୍ଥାନ ଅଞ୍ଚଳରେ ବାଡି ଅର୍ଥାତ୍‍ ଓଡିଆରେ ବାଡି। ନିଜ ବାଡିରେ ଏହି ଗଛ ଲଗାଇବା ଦ୍ୱାରା ଏହାର ରକ୍ଷଣା ବେକ୍ଷଣ ନିମନ୍ତେ ଏକର ପିଛା ୩୫ ହଜାର ଟଙ୍କା ହିତାଧିକାରୀମାନଙ୍କୁ ଦିଆ ଯାଇଥିଲ।। ଗାତ ଖୋଳିବା, ହଳ କରିବା, ବାଡ ବୁଣିବା, ଜଳସେଚନ, ଗଛ ଲଗାଇବା, ଆଦି କରାଯାଉଥିବା ବେଳେ ପ୍ରାୟ ହଜାର ଏକରରେ ହଜାର ଜଣ କୋୟା ଆଦିବାସୀଙ୍କ ବାଡିରେ ଏହି ଆମ୍ବ ଗଛ ଲଗା ଯାଇଥିଲ।। ପ୍ରାୟ ସାତ ପ୍ରକାର ଆମ୍ବ ଯଥା ଆମରପାଲ୍ଲୀ, ଦଶରି, ବାଇଗଣପଲ୍ଲୀ, ସୁନ୍ଦରୀ, ମଲ୍ଲିକା, ଆଖୁରସ, କୋତାପୁର, ପ୍ରଭୃତି ଆମ୍ବ ଗଛ ଲଗା ଯାଇଥିବା ବେଳେ ତିନିବର୍ଷ ମଧ୍ୟରେ ଏଥିରେ ଆମ୍ବ ଫଳିବାର ଆରମ୍ଭ ହୋଇଥିଲ।। ପ୍ରାୟ ୧୨ ବର୍ଷ ମଧ୍ୟରେ ଦୈନିକ ଗୋଟିଏ ଏକରରେ ୭୫ କ୍ୱିଣ୍ଟାଲ ଆମ୍ବ ଆମଦାନି ହେଉଥିବା ବେଳେ ଏହି ଆମ୍ବ ରାୟପୁର, ଭୁବନେଶ୍ୱର, ଆନ୍ଧ୍ରପ୍ରଦେଶ ପ୍ରଭୃତି ସ୍ଥାନକୁ ରପ୍ତାନି ହେଉଅଛି ଏବଂ ସେଠାରୁ ବିଦେଶକୁ ଯାଉଥିବା ଜଣାପଡିଛି। ଏହି ଆଦିବାସୀ ବହୁଳ ଅଞ୍ଚଳରେ ଭାଗ୍ୟ ବଦଳାଇଛି ଆମ୍ବ ଚାଷ। ତେବେ ସେହିପରି କୋୟା ଆଦିବାସୀମାନଙ୍କୁ ପରିବେଶ ସଚେତନତା ସହ ଆନ୍ତଃ ଫସଲ ପନିପରିବା, ବାଦାମ, ମୁଗ, ବିରି, ଶସ୍ୟଜାତ ଫସଲ ସାଗୁଆନ ଗଛ ଲଗା ଯାଇଛିା ଏଥିସହ ଆମ୍ବରେ ଆଚାର ମଧ୍ୟ ତିଆରି କରା ଯାଉଥିଲ।। ତେବେ ସର୍ବଦା ମାଓବାଦୀ ଓ ହିଂସା ସହ ବିକାଶରେ ପଛେଇଥିବା ନେଇ ମାଲକାନଗିରି ଜିଲା ଚର୍ଚ୍ଚାରେ ରହିଥିବା ବେଳେ ଚଳିତ ଥର କୋୟା ଆଦିବାସୀଙ୍କ ଏହି ଆମ୍ବ ଚାଷ ନିଶ୍ଚିତ ଭାବେ ଜିଲା ପାଇଁ ଖୁସିର ଖବର। ସେହିପରି ଦୀର୍ଘ ୧୨ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଆଦିବାସୀଙ୍କୁ ସଚେତନତା କରାଇ ବାଡି ପ୍ରକଳ୍ପ ଜରିଆରେ ନାବାର୍ଡ ସହାୟତାରେ ଆମ୍ବ ଚାଷକୁ ପ୍ରୋତ୍ସାହନ ଦେଇଥିବା ସମାଜସେବୀ ଭାସ୍କର ବେହେରାଙ୍କୁ ମଧ୍ୟ ରାଜ୍ୟ କୃଷି ବିଭାଗ ଓ ନାବାର୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛିା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories