www.samajalive.in
Saturday, December 6, 2025
15.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ମନ୍ଦାରମନୀ

କଲିକତାର ଠାରୁ ମାତ୍ର ୩ ଘଣ୍ଟାର ଦୂରତାରେ ଗଲେ ଏକ (ସି ବିଚ) ସମଦ୍ର କୂଳ ରହିଛି ଯାହାର ନାମ ହେଉଛି ମନ୍ଦାରମନୀ। କଲିକତା ଠାରୁ ଏହି ବିଚକୁ ଯିବା ରାସ୍ତା ମଧ୍ୟ ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ଅଟେ। ରାସ୍ତାର ଉଭୟ ପାର୍ଶ୍ବରେ ସବୁଜ ଶ୍ୟାମଳ ଭରା ସବୁଜ କ୍ଷେତ ଭରି ରହିଛି। ଏହି ମନ୍ଦାରମନୀ ବିଚରେ ପହଞ୍ଚିବା ପରେ ଏଠାକାର ଶାନ୍ତ ପରିବେଶ ସଭିଁଙ୍କୁ ମନରେ ଆନନ୍ଦ ସଞ୍ଚାର କରିଥାଏ। ଏଠାରେ ଥିବା ଲାଲ ରଙ୍ଗର କଙ୍କଡ଼ା ପାଇଁ ମଧ୍ୟ ଏହା ଖୁବ ପ୍ରସିଦ୍ଧ ଅଟେ। ଭ୍ରମଣ ପାଇଁ ଏହାର ନିକଟରେ ଅନ୍ୟ କେତେକ ସ୍ଥାନ ମଧ୍ୟ ରହିଛି। ଜାଣନ୍ତୁ ତାହା କ’ଣ….


ତାଜପୁର –
ମେଦିନୀପୁରରେ ଥିବା ଏହି ସ୍ଥାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଅଟେ। ଏହାର ମୁଖ୍ୟ ଆକର୍ଷଣ ହେଉଛି ଏହା ସ୍ୱଚ୍ଛତାରେ ପରିପୂର୍ଣ୍ଣ ଏବଂ ଶସ୍ୟଶ୍ୟାମଳା ଭରା ଗଛଲତା, ଯାହା ଏହି ସ୍ଥାନର ସୁନ୍ଦରତାକୁ ଦୁଇ ଗୁଣିତ କରିଥାଏ। ଏଠାରେ ଲାଲ କଙ୍କଡ଼ା ମଧ୍ୟ ଅଧିକ ଦେଖିବାକୁ ମିଳେ।

- Advertisement -

ଉଦୟପୁର –
ଏହା ମଧ୍ୟ ଏକ ସୁନ୍ଦରତମ ବିଚ ଅଟେ। ଏଠାକୁ ପର୍ଯ୍ୟଟକକୁ ଆସି ଖୁବ ଆନନ୍ଦିତ ହୋଇଥାଆନ୍ତି।


ଶଙ୍କରପୁର –
ଏହି ବିଚରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମନରେ ଏକ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିଥାଏ। ଏହା ଏକ ଶାନ୍ତ ଓ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ।


ଦିଘା –
ଦିଘା ମଧ୍ୟ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ଏହି ବିଚରେ ଲୋକେ ବୁଲିବାକୁ ଖୁବ୍‌ ପସନ୍ଦ କରିଥାଆନ୍ତି।

ଗମନାଗମନ ଦୃଷ୍ଟିରୁ ଏଠାକାର ନିକଟତମ ବିମାନବନ୍ଦର ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ବିମାନ ବନ୍ଦର। ନିକଟତମ ରେଳ ଷ୍ଟେସନ ହେଉଛି ଦିଘା। ସେଠାରୁ ଟ୍ୟାକ୍ସି ଯୋଗେ ଯାଇପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories