www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ, ଲେମ୍ବୁ ଚିପୁଡିବା ମେସିନର ଆବିଷ୍କାରକ କିଏ

ଲେମ୍ବୁର ବ୍ୟବହାର ସମସ୍ତେ କରିଥାଆନ୍ତି। ହଜମ ହେଉନଥିଲେ, ଖରାଦିନେ ସ୍ବାସ୍ଥ୍ୟାବସ୍ଥା ଠିକ କରିବା ନିମନ୍ତେ ଓ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଲେମ୍ବୁର ବ୍ୟବହାର କରାଯାଇଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରଖିଥାଏ। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ଲେମ୍ବୁର ବ୍ୟବହାର କରାଯାଇଥାଏ। ଘରକୁ ଅତିଥି ଆସିଲେ ଲେମ୍ବୁ ସରବତ ଦିଆଯାଇଥାଏ। ଲେମ୍ବୁ ସରବତ ପ୍ରସ୍ତୁତ କରିବା ପାଇଁ ହାତରେ ତାକୁ ଚିପୁଡିବାକୁ ପଡିଥାଏ। କିନ୍ତୁ ବଜାରରେ ଲେମ୍ବୁ ଚିପୁଡିବା ପାଇଁ ମେସିନ ଆସି ଯାଇଛି। ଯାହାଦ୍ବାରା ଖୁବ୍ କମ୍ ସମୟରେ ଲେମ୍ବର ରସ ବାହାରି ଥାଏ। କିନ୍ତୁ ଏହି ମେସିନ ବାହାର କରିଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିଛନ୍ତି କି ? କେବେ ସେହି ମେସିନ ବାହାରି ଥିଲା ଆସନ୍ତୁ ଜାଣିବା ..

ଲେମ୍ବୁ ଚିପୁଡିବା ମେସିନର ଆବିଷ୍କାର ବୈଜ୍ଞାନିକ ଜନ୍ ଥୋମାସ ହ୍ବାଇଟ୍‌ କରିଥିଲେ। ସେ ୧୮୯୬ ମସିହା ଡିସେମ୍ବର ୮ ତାରିଖରେ ସେହି ମେସିନ ତିଆରି କରିଥିଲେ।କ’ଣ ପାଇଁ ତିଆରି କରିଥିଲେ :

- Advertisement -

ଜନ୍ ଥୋମାସଙ୍କୁ ଦିନେ ଲେମ୍ବୁ ସରବତ ପିଇବାକୁ ଖୁବ୍ ଇଚ୍ଛା ହେଲା। ସେ ହାତରେ ଲେମ୍ବୁ ଚିପୁଡି ରସ ବାହାର କରିବାକୁ ଲାଗିଲେ। ସେହି ସମୟରେ ସେ ଅନୁଭବ କଲେ ଯେ, ହାତରେ ଲେମ୍ବୁ ଚିପୁଡିବା ଦ୍ବାରା ଠିକ ଭାବେ ରସ ବାହାରୁ ନାହିଁ। ଏହାସହ ହାତ ଅପରିଷ୍କାର ହେଉଛି। ସେଥିପାଇଁ ସେ ହଠାତ ଦୁଇଟି କାଠ ଖଣ୍ଡ ନେଇ ବସିଗଲେ। କିଛି ସମୟରେ ସେହି କାଠରୁ ଏପରି ମେସିନ ତିଆରି କଲେ ଯାହାଦ୍ବାରା ଲେମ୍ବୁରୁ ସମସ୍ତ ରସ ଖୁବ୍ କମ୍ ସମୟରେ ବାହାରି ଯାଉଛି। ଏହାସହ ହାତ ଅପରିଷ୍କାର ମଧ୍ୟ ହେଉନାହିଁ।

ଜନ୍ ଥୋମାସ୍ ଲେମ୍ବୁ ଚିପୁଡିବା ମେସିନ ଆବିଷ୍କାର କରିବା ବେଳେ ତାଙ୍କୁ ୬୮ବର୍ଷ ହୋଇଥିଲା। ସେତେବେଳେ ସେ ନ୍ୟୁୟର୍କରେ ବାସ କରୁଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories