www.samajalive.in
Saturday, December 13, 2025
21.1 C
Bhubaneswar

ଡାକ୍ତର ପ୍ରକାଶ ମହାପାତ୍ର ଭିମ୍‌ସାରର କାର୍ଯ୍ୟକାରୀ ନିର୍ଦେଶକ ; ଛୁଟିରେ ଗଲେ ଅଶ୍ବିନୀ ପୂଜାହାରୀ

ସମ୍ବଲପୁର : ​ଡାକ୍ତର ପ୍ରକାଶ ମହାପାତ୍ର ଭିମ୍‌ସାର କାର୍ଯ୍ୟକାରୀ ନିର୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅନ୍ୟ ପକ୍ଷରେ ଭିମ୍‌ସାର ନିର୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀ ଛୁଟିରେ ଯାଇଛନ୍ତି। ଶୁକ୍ରବାର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ପରେ ସେ ଛୁଟିରେ ଯାଇଛନ୍ତି। ତେବେ ଡାକ୍ତର ପୂଜାହାରୀ ଛୁଟିରେ ଯିବା ପରେ ଦୀର୍ଘ ଦିନ ଧରି ଚାଲିଥିବା କନିଷ୍ଠ ଡାକ୍ତର ସଂଘ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଶନିବାର ଅପରାହ୍ନରେ କନିଷ୍ଠ ଡାକ୍ତର ସଂଘ କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ବିଭିନ୍ନ ଦାବିକୁ ନେଇ କନିଷ୍ଠ ଡାକ୍ତର ସଂଘ ନଭେମ୍ବର ୧୯ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଆସୁଥିଲେ ।

ଅନ୍ୟପଟରେ ନିର୍ଦେଶକ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତର ସଂଘ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ହସ୍ତଗତ ହୋଇଛି । ଲୁଣ ଚିକିତ୍ସାକୁ ଭୁଲ୍‌ ବୋଲି ଦର୍ଶାଇ ତଦନ୍ତକାରୀ କମିଟି ନିର୍ଦେଶକ ଡାକ୍ତର ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏହା ସହ ତାଙ୍କୁ ଛୁଟିରେ ଯିବା ପାଇଁ ମଧ୍ୟ କୁହାଯାଇଛି ।

- Advertisement -

ତେବେ ଛୁଟିରୁ ଫେରିବା ପରେ ସେ ଲୁଣ ଚିକିତ୍ସା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବେ ବୋଲି କହିଛନ୍ତି।

 

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories