www.samajalive.in
Saturday, December 6, 2025
14.1 C
Bhubaneswar

ଶିଶୁର ବିକାଶରେ ଦେଶର ବିକାଶ: ରଙ୍ଗାଧର ମହାରଣା

ଆନନ୍ଦପୁର . – କେନ୍ଦୁଝର ଜିଲ୍ଲା ଖାଳିଆମେଣ୍ଟାରେ ମା ଧନେଇ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଏକ ସଭାରେ  ଛାତ୍ରବତ୍ସଳ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ  ରଙ୍ଗାଧର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ରଙ୍ଗାଧର ମହାରଣା ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି । ଅବସର ପ୍ରାପ୍ତ ପୁଲିସ ଅଧିକାରୀ ସୁବୁଧି ଚରଣ ଜେନା ଏହି ସଭାକୁ ପରିଚାଳନା କରିଥିଲେ ।

ରଙ୍ଗାଧର ମହାରଣା ୧୯୬୭ରେ ଖାଳିଆମେଣ୍ଟା  ଏମ୍‌ଇ ସ୍କୁଲରୁ ପ୍ରଧାନଶିକ୍ଷକ ପଦବୀରୁ ଶିକ୍ଷକତା ଆରମ୍ଭ କରିଥିଲେ। ଏହାସହ ରଙ୍ଗାଧର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରି ୨୦୦୪ରେ କେନ୍ଦୁଝରର ବଡ ପିଛୁଳା ୟୁଜିଏମ୍‌ଇ ସ୍କୁଲରୁ ଅବସର ନେଇଥିଲେ। କିଛିଦିନ ତଳେ  ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ରଙ୍ଗାଧର ମହାରଣାଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ଗୌରବ ସମ୍ମାନ ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories