ପାଟଣା: ପାଟଣା ଥାନା ଅଞ୍ଚଳ ବେଗେନା ଗ୍ରାମରେ ଗତ ସୋମବାର ଅଟୋ ଭଡାକୁ କେନ୍ଦ୍ର କରି ଅଟୋ ଚାଳକଙ୍କୁ ମାଡ଼ ମରା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ପାଟଣା ଥାନାରେ ୨୮୬/୨୦୨୫ ମୂଳେ ଏକ ମାମଲା ରୁଜୁ ହୋଇଥିଲା। ଶନିବାର ଏହି ଘଟଣାରେ ପାଟଣା ପୁଲିସ ୨ ଜଣକୁ ଗିରଫ କରିଥିବା ଥାନାଧିକାରୀ ମାନସ କୁମାର ମହାକୁଳଙ୍କଠାରୁ ପ୍ରକାଶ। ଗିରଫ ଦ୍ବୟ ଉକ୍ତ ଗ୍ରାମର ପୀୟୂଷ ସେଠୀ (୩୦) ଓ ଅମୀୟ ସେଠୀ (୨୫) ବୋଲି ଜଣା ପଡ଼ିଛି।



