ବାଇକ୍ ଚଳାଇ ମାସକୁ ଆୟ ୮୦ ହଜାର ଟଙ୍କା, ଭିଡିଓ ଦେଖିଲେ ଉଡିବ ହୋସ୍
ବେଙ୍ଗାଲୁରୁ : ଭାରତରେ ବାଇକ ଟ୍ୟାକ୍ସି ସହରରେ ଯାତ୍ରାକୁ ସୁଗମ କରିଛି । ଏଥିରେ ଲୋକ ଗହଳିରେ ଶସ୍ତାରେ ଏବଂ ସୁବିଧାରେ ଯାତ୍ରା କରିପାରୁଛନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ବାଇକ୍ ଟ୍ୟାକ୍ସି ଚାଳକ କେତେ ଟଙ୍କା ଆୟ କରନ୍ତି ? ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ଯେଉଁଥିରେ ବେଙ୍ଗାଲୁରୁର ଏକ ଉବର ଓ ରାପିଡୋ ଚାଳକ ନିଜ ମାସିକ ଆୟ ସମ୍ପର୍କରେ ଚକିତ କରିଦେବା ଭଳି ତଥ୍ୟ ଦେଉଛନ୍ତି । ଯୁବକ ଜଣକ ବାଇକ୍ ଟ୍ୟାକ୍ସି ଚଳାଇ ମାସକୁ ୮୦ ହଜାରରୁ ୮୫ ହଜାର ଆୟ କରୁଛନ୍ତି ।
A classic Bengaluru moment was observed in the city when a man proudly claimed that he earns more than ₹80,000 per month working as a rider for Uber and Rapido. The man highlighted how his earnings, driven by his hard work and dedication, have allowed him to achieve financial… pic.twitter.com/4W79QQiHye
— Karnataka Portfolio (@karnatakaportf) December 4, 2024
ଡ୍ରାଇଭର କହୁଛନ୍ତି କି ସେ ଦିନକୁ ୧୩ ଘଣ୍ଟା କାମ କରୁଛନ୍ତି ଏବଂ ତାଙ୍କ ଆୟ ତାଙ୍କ ପରିଶ୍ରମର ଫଳ । ସେ ଏହା ମଧ୍ୟ କହୁଛନ୍ତି କି କୌଣସି ବି କର୍ପୋରେଟ୍ କମ୍ପାନୀ ଏତେ ଟଙ୍କା ଦରମା ଦେଉନଥିବ । ସେ ନିଜ ମାଲିକ ଏବଂ ଯେଉଁ ସମୟରେ ଚାହିଁବେ କାମ ବନ୍ଦ କରି ଘରକୁ ଚାଲିଯିବେ ବୋଲି ଭିଡିଓରେ କହୁଛନ୍ତି ।
Comments are closed.