www.samajalive.in
Sunday, December 7, 2025
14.1 C
Bhubaneswar

ହାତୁଡିରେ ପିଟି ୩ କୋମଳମତି ଝିଅଙ୍କୁ ହତ୍ୟା କଲା ନୃଶଂସ ବାପା

ଲଳିତପୁର : ଉତ୍ତରପ୍ରଦେଶ ଲଳିତପୁର ଜିଲା ବାନପୁର ଥାନା ଅଧୀନ ଭୀର ଗ୍ରାମର ଜଣେ ବ୍ୟକ୍ତି ମଙ୍ଗଳବାର ନିଜ ୩ କୋମଳମତି ଝିଅକୁ ହାତୁଡ଼ିରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛି। ସୂଚନା ଅନୁଯାୟୀ ଦୁଇ ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଝିଅଟି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛି। ପଡୋଶୀମାନେ କନ୍ୟାହନ୍ତା ବାପାକୁ କାବୁ କରି ପୁଲିସ୍‍କୁ ହସ୍ତାନ୍ତର କରିଛନ୍ତି।
ଲଳିତପୁର ଏସ୍‍ପି ଓପି ସିଂହ କହିଛନ୍ତି ଯେ ହତ୍ୟାକାରୀ ବାପା ଛିଦ୍ଦୁ କୁଶୱାହା ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ଘରେ ଶୋଇଥିବା ନିଜ ୩ ଝିଅ ଅଞ୍ଜଳି(୧୨), ରାଧିକା (୭) ଏବଂ ବିଶାଖା (୪)କୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିଲା। ଏହାପରେ ତିନି ଝିଅଙ୍କ ଉପରେ କିରୋସିନ୍‍ ଢାଳି ନିଅାଁ ଲଗାଇ ଦେଇଥିଲା। ନିଅାଁ ଦେଖି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଝିଅଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ସହ ପୁଲିସ୍‍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତୃତୀୟ ଝିଅଟିର ହସ୍ପିଟାଲରେ ମୃତ୍ୟୁ ଘଟିଛି। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ବାପାକୁ ଗିରଫ କରିଛି। ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories