www.samajalive.in
Tuesday, December 9, 2025
23.1 C
Bhubaneswar

ମୋଦୀଙ୍କୁ ଜେଲରେ ପୂରାଇବାକୁ ମମତାଙ୍କ ଧମକ

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଲକତା ରୋଡ଼ ଶୋ’ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ଅଭିଯୋଗ ଓ ପ୍ରତିଅଭିଯୋଗ ଜାରି ରହିଛି। ଏହା ମଧ୍ୟରେ ତୃଣ ମୂଳ କଂଗ୍ରେସ ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ମୋଦୀ ମୋ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣ କରନ୍ତୁ, ନହେଲେ ତାଙ୍କୁ ଜେଲରେ ପୂରାଇ ଦେବି ବୋଲି ମମତା କହିଛନ୍ତି।
କଲକତାରେ ହିଂସାକାଣ୍ଡ ବେଳେ ଭଙ୍ଗା ଯାଇଥିବା ସମାଜ ସଂସ୍କାରକ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିଙ୍କୁ ପୁନଃ ନିର୍ମାଣ କରିବାକୁ ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପଞ୍ଚଧାତୁରେ ମୂର୍ତ୍ତି ନିର୍ମାଣ କରାଯିବ ବୋଲି ମୋଦୀ କହିଛନ୍ତି। ଏପଟେ ମୋଦୀଙ୍କ ମନ୍ତବ୍ୟକୁ ମମତା ବାନାର୍ଜୀ କଟାକ୍ଷ କରିଛନ୍ତି। ମମତା କହିଛନ୍ତି ଯେ ପଶ୍ଚିମବଙ୍ଗ ପାଖରେ ମୂର୍ତ୍ତି ନିର୍ମାଣ କରିବାକୁ ଅର୍ଥ ଅଛି। ୨୦୦ ବର୍ଷ ପୁରୁଣା ଐତିହ୍ୟ ଆଉ ଫେରି ଆସିପାରିବ ନାହିଁ।
ପ୍ରକାଶ ଯେ କଲକତାରେ ମଙ୍ଗଳବାର ଶାହାଙ୍କ ରୋଡ଼ ଶୋ’ ବେଳେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ପ୍ରଖ୍ୟାତ ସମାଜ ସଂସ୍କାରକ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦିଆଯାଇଥିଲା। ଏହି ଘଟଣା ପରେ ନିର୍ବାଚନ ଆୟୋଗ ଅନ୍ତିମ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରକୁ ବନ୍ଦ କରିଦେଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories