ମରଣଯନ୍ତା ପାଲଟିଛି ମାଲକାନଗିରି ମୁଖ୍ୟରାସ୍ତା

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ରାସ୍ତା ଏବଂ ବହୁ ୱାର୍ଡର ରାସ୍ତା ଗୁଡିକ ମରଣ ଯନ୍ତାରେ ପାଲଟିଛିା ମୁଖ୍ୟତଃ ଜିଲ୍ଲାପାଲଙ୍କ କାର୍ଯ୍ୟଳୟ ନିକଟ ଜେଲକୁ ଯାଉଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ବେଳେ ମାଲକାନଗିରି ସଦର ମହକୁମା ସ୍ଥିତ ଦୈନିକ ବଜାର ରାସ୍ତା ମଧ୍ୟ ମରଣ ଯନ୍ତା ପାଲଟିଛିା ଏ ସମ୍ବନ୍ଧରେ ଉଚ୍ଚ କର୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାସ୍ତା ନିର୍ମାଣ ନେଇ କୌଣସି ପଦ କ୍ଷେପ ଗ୍ରହଣ କରାଯାଉ ନାହିାଁ ଜେଲକୁ ଯିବା ରାସ୍ତା ଦୁଇଫୁଟ ଖାଲରେ ଭର୍ତି ହୋଇଥିବା ବେଳେ ମଟର ସାଇକେଲ ଟି ମଧ୍ୟ ଯିବାପାଇଁ କଷ୍ଟକର ହୋଇ ପଡିଛିା ସେହିପରି ମୁଖ୍ୟ ରାସ୍ତା ଯାହାକି ବର୍ତ୍ତମାନ ଜାତୀୟ ରାଜପଥର ମାନ୍ୟତା ପାଇଛି ତାହା ମଧ୍ୟ ଖାଲ ଖମାରେ ଭର୍ତ୍ତିା ତହସିଲ କାର୍ଯ୍ୟାଳୟ ନିକଟ ରାସ୍ତାରେ ଗାତ ହୋଇଥିବା ବେଳେ ସୁଭମ୍‍ ପେଟ୍ରୋଲ ପମ୍ପ ନିକଟରେ ସାମାନ୍ୟ ବର୍ଷାରେ ଦୁଇଫୁଟରୁ ଉର୍ଧ ପାଣି ଜମିଛିା ରାସ୍ତା ସାରା ଦୁର୍ଗନ୍ଧମୟ ପରିବେଶ ଓ ରାସ୍ତା କଡରେ କୁଡ କୁଡ ମଇଳା ଭର୍ତି ହୋଇଥିବା ବେଳେ କର୍ତୁପକ୍ଷଙ୍କ ନିଘା ନାହିାଁ ଅନ୍ୟ ପକ୍ଷରେ ଚଳିତ ବର୍ଷ ମାଲକାନଗିରିରେ କେତୋଟି ରାସ୍ତାକୁ ପୁର୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇ ତାଙ୍କ ଦ୍ୱାରା ରାସ୍ତା ନିର୍ମାଣ କରା ଯାଉଥିବା ବେଳେ ମଡେନ୍‍ ଇଂରାଜୀ ବ ଦ୍ୟାଳୟ ଠାରୁ ୧୧୯ କଲୋନୀକୁ ଯିବ। ରାସ୍ତା ସମ୍ପୂର୍ଣ ନିମ୍ନମାନ କାର୍ଯ୍ୟ ହୋଇଥିବା ବେଳେ ଏଥିନେଇ ସାହିବାସୀ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିନାହିାଁ ଠିକାଦାର ତାର କାର୍ଯ୍ୟ କରି ବିଲ୍‍ ନେଇଥିବା ଜଣାପଡିଛିା ସେହିପରି ରିକ୍ଲାମେସନ କଲୋନୀ, ତଳସାହି ଯିବା ରାସ୍ତା ମଧ୍ୟ ସୋଚନୀୟ ହୋଇ ପଡିଛିା ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛିା

Leave A Reply