ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ୱାଭିମାନ ଅଞ୍ଚଳବାସୀ, ବିକାଶ କାର୍ଯ୍ୟ ତରାନ୍ୱିତ କରିବାକୁ ନିବେଦନ
ମାଲକାନଗିରି : ଦୀର୍ଘ ୪୫ ବର୍ଷ ଜଳବନ୍ଦି ଭାବେ ଜୀବନ ବିତାଉଥିବା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାର ମଧ୍ୟରେ ୧୫୧ଟି ରାଜସ୍ୱ ଗ୍ରାମର ୩୦ ହଜାରରୁ ଉଦ୍ଧ୍ଵ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାଲିମେଳା ଠାରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ ଚିତ୍ରକୋଣ୍ଡା ନଦୀ ବନ୍ଧ ଯୋଜନା ଦ୍ୱାରା ଉପକୃତ ହେଲେ ଚାଷୀ ଏବଂ ବିଦ୍ୟୁତ୍ ଉପଭକ୍ତ।। କିନ୍ତୁ ନିଜର ଭିଟାମାଟି, ଜମି, ଜଙ୍ଗଲ ହରାଇ ଅନେକ ଆଦିବାସୀ ଜଳଭଣ୍ଡାର ଅଞ୍ଚଳରୁ ପିଲାଛୁଆଙ୍କୁ ଧରି ଅନ୍ୟତ୍ର ପଳାଇଲେ। ଯେଉଁମାନଙ୍କର ଆଜି ପର୍ଯ୍ୟନ୍ତ ଥଇଥାନ ହୋଇ ପାରିନାହିଁ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ନିର୍ମାଣ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଗତ ଜୁଲାଇ ୨୪ ତାରିଖ ଦିନ ସେତୁର ଉଦଘାଟନ କରିଥିଲେ। ବିଛିନ୍ନାଂଚଳର ନୁଆ ନାମ ସ୍ୱାଭିମାନ ଅଂଚଳ ନାମକରଣ କରିବା ସହ ଏହି ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲ। କୃଷି, ଜଳସେଚନ, ରାସ୍ତା ନିର୍ମାଣ, ଶିକ୍ଷା, ଓ ସ୍ୱାସ୍ଥ୍ୟର ବିକାଶ କାର୍ଯ୍ୟକୁ ତରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଭିମାନ ଅଞ୍ଚଳବାସୀ ଦାବି କରିଥିଲେ ଏବଂ କୃତଜ୍ଞତା ଜଣାଇଥିଲୋ ଗୁରୁପାୟ ସେଠୀ, ସିଦେଶ୍ୱର ଖିଲ, ବଳବନ୍ତ ପାଙ୍ଗି, ସୁନାଧର ଖିଲ, ସନିଆ ଖରା, ଦାନିଏଲ ପଟ୍ଲା, ସହଦେବ ମୁଦୁଲି, ମଙ୍ଗରାଜ ଶିଶା, ରାମଚନ୍ଦ୍ର କପେ, ଲଛମନ ବାକା, ଧନ ଗଡଲିଙ୍କ ନେତୃତ୍ୱରେ ୫୦ଜଣ ଆଦିବାସୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ବିଧାୟକ ତଥା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲୋ ବିଛିନ୍ନାଂଚଳ ବାସୀ ମାନେ ଜଳଭଣ୍ଡାର ଭିତରେ ୯ଟି ପଂଚାୟତ ବାସୀା ଜଳଭଣ୍ଡାରରେ ଚିତ୍ରକୋଣ୍ଡା ତହସିଲ ଅଧିନସ୍ଥ ୧୬୮ଟି ଗ୍ରାମକୁ ବିଛିନ୍ନାଂଚଳ କୁହାଯାଏା ଏହି ଗ୍ରାମ ଗୁଡିକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଦୁର୍ଗମ ଏବଂ ପାହାଡିଆ ଅଂଚଳରେ ଅବସ୍ଥିତା ସ୍ଥଳ ପଥରେ ଗମନାଗମନ ସୁବିଧା ନଥିବାରୁ ଜଳପଥରେ ଲଞ୍ଚ୍ ଏବଂ ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗ୍ରାମବାସୀ ମାନେ ଚିତ୍ରକୋଣ୍ଡା ତହସିଲ ଅଧିନସ୍ଥ ବିଛିନାଂଚଳର ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ଜୋଡାମ୍ବ, ପାପରମେଟଲା, ରାଲେଗେଡା, ବଡପଡା, ଯନ୍ତ୍ରୀ, ଗାଜୁଲମାମୁଡି, ଧୁଲିପୁଟ ଇତ୍ୟାଦି ପଞ୍ଚାୟତର ଅଧିକାଂଶ ଗ୍ରାମବାସୀମାନେ ଡ୍ୟାମ ହେଲାପରେ ଏକ ପ୍ରକାର ଜଳବନ୍ଦି ହୋଇ ରହିଥିଲୋ ୧୯୭୬ ମସିହାରେ ଚିତ୍ରକୋଣ୍ଡା ତହସିଲ ତରଫରୁ ଗୋଟିଏ ପାବାର ଲଞ୍ଚ, ବିଛିନ୍ନାଂଚଳରେ ଜଳପଥ ଦେଇ ଯାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ବେଳେ ଜଳ ସମ୍ପଦ ବିଭାଗ ୧୯୮୮ ମସିହାରେ ତିନୋଟି ଲଞ୍ଚର ବ୍ୟବସ୍ଥା କରିଥିଲୋ ତଥାପି ବିଛିନ୍ନାଂଚଳର ଅଧିବାସୀ ମାନେ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ, ଗମନାଗମନ, ଗୃହ ନିର୍ମାଣ, ଶିକ୍ଷା, କୃଷି, ପାନୀୟଜଳ, ବିଦ୍ୟୁତ୍, ସେବାରୁ ବଞ୍ଚିତ ହେଇ ଆସୁଥିଲୋ ପ୍ରାୟତଃ ଆନ୍ଧ୍ରପ୍ରଦେଶ ସୀମାନ୍ତ ବିଭିନ୍ନ ସହର ଏବଂ ବଜାର ଉପରେ ନିର୍ଭର କରି ପାଦ ଏବଂ ଘୋଡା ସାହାଯ୍ୟରେ ଯାଇ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣି ଆସୁଥିଲୋ ଚିତ୍ରକୋଣ୍ଡା ଠାରୁ ବିଛିନ୍ନାଂଚଳକୁ ଯୋଗାଯୋଗ କରୁଥିବା ଜାନବାଇ ଠାରେ ଗୁରୁପ୍ରିୟା ନଦୀ କୁଳକୁ ୧୮ କିଲୋମିଟର କଚ୍ଚା ରାସ୍ତା ଥିଲ।। ସେଠାରୁ ଗୁରୁପ୍ରିୟା ନଦୀ ଡଙ୍ଗା ସାହାଯ୍ୟରେ ପାର ହୋଇ ବିପଦସଂକୂଳ ଅବସ୍ଥାରେ ବିଛିନ୍ନାଂଚଳ ବାସୀ ଯାତାୟତ କରୁଥିଲୋ ଅନେକ ସମୟରେ ଜଳପଥରେ ଦୁର୍ଘଟଣା ହେଇଥିବା ନଜିର ଅଛିା ରାଜ୍ୟ ସରକାର ଏହି ବିଛିନ୍ନାଂଚଳରେ ବସବାସ କରୁଥିବା ଲୋକଙ୍କ ଦୁର୍ଦଶାକୁ ଅନୁଭବ କରି ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଗୁରୁପ୍ରିୟା ନଦୀରେ ୯୩୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ଲାଗି ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଅଂଚଳବାସୀଙ୍କ ସ୍ୱପ୍ନ ପୁରା କରିଥିବା କହିଛନ୍ତିା