www.samajalive.in
Wednesday, December 10, 2025
17.1 C
Bhubaneswar

ସରିନି ନିର୍ମାଣ ଶ୍ରମିକ ଯୋଜନା ପକ୍କାଘର, ସମ୍ପୂର୍ଣ୍ଣ ବିଲ ପଇଠ କଲେ ପ୍ରଶାସନିକ ଅଧିକାରୀ

ମାଲକାନଗିରି: ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଅସମ୍ପୂର୍ଣ ଥିବା ବେଳେ ଘରର ସମ୍ପୂର୍ଣ ବିଲ୍ ପ୍ରଶାସିନକ ଅଧିକାରୀ ପଇଠ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପକ୍କା ଘର ଯୋଜନା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ୧,୩୦,୦୦୦ ଟଙ୍କା ହିତାଧିକାରୀଙ୍କୁ ଦେବା ପାଇଁ ବ୍ୟବସ୍ଥା ରହିଛି। ଅତିରିକ୍ତ ୯୮ ଦିନ ଶ୍ରମ ଦିବସ ନିମନ୍ତେ ୨୦ ହଜାର ଟଙ୍କାର ମଧ୍ୟ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ତିନିମାସ ସମୟସୀମା ମଧ୍ୟରେ ଘର କାମ ସମ୍ପୂର୍ଣ କରାଗଲେ ଅତିରିକ୍ତ ବୋନସର ବ୍ୟବସ୍ଥା ରଖାଯାଇଛି। ହିତାଧିକାରୀଙ୍କୁ କାର୍ଯ୍ୟର ଆରମ୍ଭରୁ ୪ଟି କିସ୍ତି ମାଧ୍ୟମରେ ପକ୍କା ଘର ନିର୍ମାଣ ପାଇଁ ଟଙ୍କା ପୈଠ କରା ଯିବାର ନିୟମ ରହିଛି। ତେବେ ଗୌଡଗୁଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ଭି. ୧୦ ଗ୍ରାମର ସୁକୁମାର ମଣ୍ଡଳଙ୍କ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଅସମ୍ପୂର୍ଣ ରହିଥିବା ବେଳେ ତାଙ୍କୁ ଏହି ଘର ନିର୍ମାଣର ସମ୍ପୂର୍ଣ ଅର୍ଥ ପୈଠ କରିଥଇବା ଦେଖିବାକୁୂ ମିଳିଛି।

 

- Advertisement -

ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ସାମିଲ କରା ଯାଇଥିଲା। ୦୨ ଜାନୁଆରୀ ୨୦୧୯ରେ ପ୍ରଥମ କିସ୍ତି ୨୦ ହଜାର ଟଙ୍କା ପ୍ରଦାନ କରା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୩୫ ହଜାର, ୪୫ ହଜାର, ଓ ୩୦ ହଜାର ଟଙ୍କାର କିସ୍ତି ପ୍ରଦାନ କରା ଯାଇ ଏହି ଘର କା ର୍ଯ୍ୟ ସମ୍ପୂର୍ଣ ହୋଇଥିବା ଦର୍ଶାଯାଇଛି।
ଏହା ବ୍ୟତୀତ ୯୮ ଦିନ ଶ୍ରମ ଦିବସ ନିମନ୍ତେ ଅତିରିକ୍ତ ୨୦ ହଜାର ଟଙ୍କା ମଧ୍ୟ ପ୍ରଦାନ କରା ଯାଇଛି। ତେବେ ଏହି ଘର ବର୍ତ୍ତମାନ ସୁଦ୍ଧା ଅସମ୍ପୂର୍ଣ ରହିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ କିପରି ଅନୁକମ୍ପା ଦେଖାଇ ଏହି ହିତାଧିକାରୀଙ୍କୁ ସମସ୍ତ ଟଙ୍କା ପୈଠ କରିଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମାଲକାନଗିରି ଜିଲା ଆବାସ ଯୋଜନା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ହିମାଂଶୁ ମହାରଣା କହିଛନ୍ତି ଯେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ଏବଂ ଦୋଷୀଙ୍କ ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories